ବଢିବ କି ବବିଙ୍କ ଅଡୁଆ!

ଭୁବନେଶ୍ୱର,୨୬।୬: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ପରିସରରେ ପରିବର୍ଦ୍ଧିତ ନିର୍ମାଣକୁ ଗତ କିଛିଦିନ ହେବ ଭଙ୍ଗା ଯାଉଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ମଙ୍ଗଳବାର ଅପରାହ୍ନରେ ଉକ୍ତ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ବାସଭବନ ଭିତର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗ […] The post ବଢିବ କି ବବିଙ୍କ ଅଡୁଆ! appeared first on Dharitri Odia News.

ବଢିବ କି ବବିଙ୍କ ଅଡୁଆ!

ଭୁବନେଶ୍ୱର,୨୬।୬: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ପରିସରରେ ପରିବର୍ଦ୍ଧିତ ନିର୍ମାଣକୁ ଗତ କିଛିଦିନ ହେବ ଭଙ୍ଗା ଯାଉଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ମଙ୍ଗଳବାର ଅପରାହ୍ନରେ ଉକ୍ତ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ବାସଭବନ ଭିତର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ନିୟମ ଭାଙ୍ଗି ଅବୈଧ ନିର୍ମାଣ କରିଥିବାରୁ ତାଙ୍କଠୁ ଧାର୍ଯ୍ୟ ଭଡ଼ାର ୫ଗୁଣ ମଧ୍ୟ ଆଦାୟ କରିବା ପାଇଁ ଖୁବଶୀଘ୍ର ନୋଟିସ ପଠାଇବ ବୋଲି ଜଣାପଡିଛି। ଏହାସହିତ ବବି କାହା ଅନୁମତିରେ କ୍ୱାର୍ଟର୍ସର ପାଚେରୀ ଭାଙ୍ଗି ତାଙ୍କୁ ଆବଂଟିତ କ୍ୱାର୍ଟର୍ସରେ ମିଶାଇଥିଲେ ସେ ନେଇ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଖୋଳତା ଆରମ୍ଭ କରିଛି।

The post ବଢିବ କି ବବିଙ୍କ ଅଡୁଆ! appeared first on Dharitri Odia News.