ଗରିବଙ୍କୁ ଫ୍ଲାଟ, ମେଟ୍ରୋ-ହାଇଓ୍ବେ…ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି
ନୂଆଦିଲ୍ଲୀ,୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଦିଲ୍ଲୀକୁ ପ୍ରଦାନ କରିବେ। ଦିଲ୍ଲୀର ଅଶୋକ ବିହାରରେ ଏକ ବିରାଟ ସମାବେଶରେ ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଏହି ଉପହାର ଦେଇ ନିର୍ବାଚନ ବିଗୁଲ ଫୁଙ୍କିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ପାଇଁ ୪୩୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନାଜାଫଗଡର ରୋଶନପୁରାର ବୀର ସାବରକର କଲେଜର ମୂଳଦୁଆ। […] The post ଗରିବଙ୍କୁ ଫ୍ଲାଟ, ମେଟ୍ରୋ-ହାଇଓ୍ବେ…ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଦିଲ୍ଲୀକୁ ପ୍ରଦାନ କରିବେ। ଦିଲ୍ଲୀର ଅଶୋକ ବିହାରରେ ଏକ ବିରାଟ ସମାବେଶରେ ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଏହି ଉପହାର ଦେଇ ନିର୍ବାଚନ ବିଗୁଲ ଫୁଙ୍କିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ପାଇଁ ୪୩୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନାଜାଫଗଡର ରୋଶନପୁରାର ବୀର ସାବରକର କଲେଜର ମୂଳଦୁଆ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସରକାର ଏହି ପ୍ରକଳ୍ପ ମାଧ୍ୟମରେ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ଜାନୁୟାରୀ ୩ତାରିଖ ଦିନ ପ୍ରାୟ ୧୨ଟା ୧୦ରେ ଦିଲ୍ଲୀର ଅଶୋକ ବିହାରର ସ୍ବାଭିମାନ ଆପାର୍ଟମେଣ୍ଟରେ ଇନ-ସିଟୁ ସ୍ଲମ ପୁନର୍ବାସ ପ୍ରକଳ୍ପ ଅନ୍ତର୍ଗତ ଜୁଗି ଝୋପଡି(ଜେଜେ) କ୍ଲଷ୍ଟରର ବାସିନ୍ଦାଙ୍କ ପାଇଁ ନୂତନ ନିର୍ମିତ ଫ୍ଲାଟ ପରିଦର୍ଶନ କରିବେ। ସମସ୍ତ ଫ୍ଲାଟଗୁଡିକ କେନ୍ଦ୍ର ସରକାରଙ୍କ ‘ଘର ଯୋଜନା’ ଅଧୀନରେ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ୧୬୭୫ଫ୍ଲାଟର ଚାବି ଯୋଗ୍ୟ ଲୋକଙ୍କୁ ପ୍ରଦାନ କରିବେ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀର ବସ୍ତି ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ସୁସଜ୍ଜିତ ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ଯୋଗାଇବା।
The post ଗରିବଙ୍କୁ ଫ୍ଲାଟ, ମେଟ୍ରୋ-ହାଇଓ୍ବେ…ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି appeared first on Dharitri Odia News.