ଯଦି ମୋ ଭଉଣୀ ଦୋଷୀ ତେବେ…, ପୋଲିସ ଆଗରେ କାହିଁକି ଚିତ୍କାର କଲେ ସୋନମଙ୍କ ଭାଇ, କହିଲେ ଏତେ ବଡ଼ କଥା
ଇନ୍ଦୋର,୧୦।୬: ହାଇପ୍ରୋଫାଇଲ ହନିମୁନ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀକୁ ପୋଲିସ ପ୍ରାୟ ୪:୧୫ ସମୟରେ ୱାନ ଷ୍ଟପ ସେଣ୍ଟରରେ ରଖିଥିଲା ଏବଂ ଏହାର ଫାଟକରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ମଧ୍ୟ ସୋମବାର ସା ପ୍ରାୟ ୪:୧୫ ସମୟରେ ୱାନ ଷ୍ଟପ ସେଣ୍ଟରରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ନିୟୋଜିତ ପୋଲିସ ତାଙ୍କୁ ଅଟକାଇଥିଲେ। ଭାଇକୁ ମଧ୍ୟ ପୋଲିସ ଫେରାଇ ଦେଇଥିଲା। ଏହା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ […] The post ଯଦି ମୋ ଭଉଣୀ ଦୋଷୀ ତେବେ…, ପୋଲିସ ଆଗରେ କାହିଁକି ଚିତ୍କାର କଲେ ସୋନମଙ୍କ ଭାଇ, କହିଲେ ଏତେ ବଡ଼ କଥା appeared first on Dharitri Odia News.
ଇନ୍ଦୋର,୧୦।୬: ହାଇପ୍ରୋଫାଇଲ ହନିମୁନ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀକୁ ପୋଲିସ ପ୍ରାୟ ୪:୧୫ ସମୟରେ ୱାନ ଷ୍ଟପ ସେଣ୍ଟରରେ ରଖିଥିଲା ଏବଂ ଏହାର ଫାଟକରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା।
ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ମଧ୍ୟ ସୋମବାର ସା ପ୍ରାୟ ୪:୧୫ ସମୟରେ ୱାନ ଷ୍ଟପ ସେଣ୍ଟରରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ନିୟୋଜିତ ପୋଲିସ ତାଙ୍କୁ ଅଟକାଇଥିଲେ। ଭାଇକୁ ମଧ୍ୟ ପୋଲିସ ଫେରାଇ ଦେଇଥିଲା। ଏହା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇଥିଲେ।
ସୋନମଙ୍କ ଭାଇ କହିଥିଲେ ଯେ ଯଦି ମୋ ଭଉଣୀ ଦୋଷୀ ତେବେ ତାଙ୍କୁ ଫାଶି ଦିଅ। ସେ ଅଭିଯୋଗ କରିଥିଲେ ଯେ ମେଘାଳୟର ଡିଜିପି ଜାଣିଶୁଣି ତାଙ୍କ ଭଉଣୀଙ୍କୁ ଫସାଇ ଦେଉଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ରାଗି ଯାଇଥିଲେ।
ସେ କହିଥିଲେ ଯେ ଯେପର୍ଯ୍ୟନ୍ତ ମୁଁ ମୋ ଭଉଣୀଙ୍କୁ ଭେଟି ନାହିଁ, ସେପର୍ଯ୍ୟନ୍ତ ମୁଁ କିଛି କହିବି ନାହିଁ। ମୁଁ ୧୭ ଦିନ ଧରି ମୋ ଭଉଣୀଙ୍କୁ ବିନା ଖାଇ ପିଇ ଖୋଜୁଛି। ଯଦି ତୁମର କିଛି ସୂଚନା ଥାଆନ୍ତା, ତେବେ ତୁମେ ନିଶ୍ଚିତ ଭାବରେ ଆମକୁ କହିଥାଆନ୍ତ। ଏହା ପରେ, ସେ ପୁଣି ୱାନ ଷ୍ଟପ ସେଣ୍ଟର ଆଡକୁ ଗଲେ।
ସେ ତାଙ୍କ ଭଉଣୀଙ୍କୁ ଭେଟିବା ଆଶାରେ ସେଠାରେ ବସି ରହିଥିଲେ। ଯେତେବେଳେ ମେଘାଳୟ ପୋଲିସ ସା ପ୍ରାୟ ୬:୩୦ ରେ ପହଞ୍ଚିଲା, ଗୋବିନ୍ଦ ସେମାନଙ୍କ ସହିତ ଯାଇ ତାଙ୍କ ଭଉଣୀଙ୍କୁ ଭେଟିଲେ। ଦିନସାରା ୱାନ ଷ୍ଟପ ସେଣ୍ଟରରେ ଗହଳି ଲାଗି ରହିଥିଲା।
The post ଯଦି ମୋ ଭଉଣୀ ଦୋଷୀ ତେବେ…, ପୋଲିସ ଆଗରେ କାହିଁକି ଚିତ୍କାର କଲେ ସୋନମଙ୍କ ଭାଇ, କହିଲେ ଏତେ ବଡ଼ କଥା appeared first on Dharitri Odia News.