ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ…
ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର ଏକ ନୂତନ ଫଟୋ ଶେୟାର କରିଛି, ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ନାସାର ଏହି ଫଟୋରେ, ଅନେକ ଉଜ୍ଜ୍ୱଳ ତାରକା ପୁଞ୍ଜ ଦୃଶ୍ୟମାନ ହେଉଛି। ଏହି ଫଟୋ […] The post ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ… appeared first on Dharitri Odia News.
ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର ଏକ ନୂତନ ଫଟୋ ଶେୟାର କରିଛି, ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ନାସାର ଏହି ଫଟୋରେ, ଅନେକ ଉଜ୍ଜ୍ୱଳ ତାରକା ପୁଞ୍ଜ ଦୃଶ୍ୟମାନ ହେଉଛି। ଏହି ଫଟୋ ଅତି ସୁନ୍ଦର । ଏହି ଫଟୋ ବିଷୟରେ ନାସା କହିଛି ଏଥିରେ ତୁଷାର ମଣିଷ (ସ୍ନୋମ୍ୟାନ) ବୈଶିଷ୍ଟ୍ୟ ଦୃଶ୍ୟମାନ ହେଉଛି। ଫଟୋକୁ ଭଲଭାବେ ଦେଖିଲେ, ତା’ର ମୁଣ୍ଡରେ କ୍ୟାପ ଥିବାର ମନେ ହେଉଛି।
ସ୍ପେସ ସ୍ନୋମ୍ୟାନର ଏହି ଫଟୋ ନାସା ଦ୍ୱାରା ନାସାହବଲ ନାମକ ଏକ ଇନଷ୍ଟାଗ୍ରାମ ପେଜରେ ଶେୟାର କରାଯାଇଛି। ପୋଷ୍ଟର କ୍ୟାପଶନରେ କୁହାଯାଇଛି ଏହି ଫଟୋ ନାସାର ‘ହବଲ ଟେଲିସ୍କୋପ’ ଦ୍ୱାରା କ୍ୟାମେରାରେ କଏଦ ହୋଇଛି। ଏହି ଫଟୋରେ ଉପର ବାମ ପାର୍ଶ୍ୱରେ ତିନୋଟି ଉଜ୍ଜ୍ୱଳ ନୀଳ-ଧଳା ରଙ୍ଗର ତାରା ଦେଖିହେଉଛି। ଏହା ସହିତ ନାଲି-ବାଦାମୀ ଏବଂ ଧଳା ରଙ୍ଗର ତାରାଗୁଡ଼ିକ ମଧ୍ୟ ଦୃଶ୍ୟମାନ ହେଉଛି। ଯଦି ଏହି ସମସ୍ତ ତାରାଗୁଡ଼ିକର ଉଜ୍ଜ୍ୱଳତାକୁ ଧ୍ୟାନର ଦେଖାଯାଏ ତେବେ ତାହା ତୁଷାରମଣିଷ ପରି ଦେଖାଯାଉଛି। ନାସା ଏହାର କ୍ୟାପଶନରେ କହିଛି ଏହି ସ୍ନୋମ୍ୟାନ ନେବୁଲା ମହାକାଶର ପ୍ରାୟ ୬ ହଜାର ଆଲୋକ ବର୍ଷ ଦୂରରେ ରହିଛି।
The post ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ… appeared first on Dharitri Odia News.