ମୋଦି, ଶାହାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ରାହୁଲ
ନୂଆଦିଲ୍ଲୀ,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସର୍ବବୃହତ୍ ଷ୍ଟକ୍ ମାର୍କେଟ ଦୁର୍ନୀତିର ସହ ସିଧାସଳଖ ସମ୍ପୃକ୍ତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଛନ୍ତି। ସେମାନଙ୍କ ପରାମର୍ଶକ୍ରମେ ଶେୟାର ବଜାରରେ ପୁଞ୍ଜି ଲଗାଇଥିବା ଖୁଚୁରା ନିବେଶକମାନେ ଭୋଟଗଣତି ଦିନ ୩୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତିର ସମ୍ମୁଖୀନ ହୋଇଥିଲେ। ତେଣୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହି ଦୁର୍ନୀତିର ତଦନ୍ତ କରାଯିବାକୁ ରାହୁଲ ଦାବି କରିଛନ୍ତି। […] The post ମୋଦି, ଶାହାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ରାହୁଲ appeared first on Dharitri Odia News.
ନୂଆଦିଲ୍ଲୀ,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସର୍ବବୃହତ୍ ଷ୍ଟକ୍ ମାର୍କେଟ ଦୁର୍ନୀତିର ସହ ସିଧାସଳଖ ସମ୍ପୃକ୍ତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଛନ୍ତି। ସେମାନଙ୍କ ପରାମର୍ଶକ୍ରମେ ଶେୟାର ବଜାରରେ ପୁଞ୍ଜି ଲଗାଇଥିବା ଖୁଚୁରା ନିବେଶକମାନେ ଭୋଟଗଣତି ଦିନ ୩୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତିର ସମ୍ମୁଖୀନ ହୋଇଥିଲେ। ତେଣୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହି ଦୁର୍ନୀତିର ତଦନ୍ତ କରାଯିବାକୁ ରାହୁଲ ଦାବି କରିଛନ୍ତି। କେବଳ ମୋଦି, ଶାହା ନୁହନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ମଧ୍ୟ ନିର୍ବାଚନ ପୂର୍ବରୁ ଷ୍ଟକ୍ ମାର୍କେଟ ଉପରେ ମନ୍ତବ୍ୟ ଦେଇଥିଲେ, ଯାହା କି ପୂର୍ବରୁ କେବେ ହୋଇ ନ ଥିଲା। ଜାଲ୍ ଏକ୍ଜିଟ୍ ପୋଲ୍ ପରେ ଷ୍ଟକ୍ ମାର୍କେଟ କାରବାର ବେଶ୍ ବଢ଼ିଥିଲା ଏବଂ ୪ ତାରିଖ ଭୋଟଗଣତି ସହ ପରିଣାମ ଆସିବା ଆରମ୍ଭ ହେବାରୁ ସାଧାରଣ ନିବେଶକମାନେ ବିପୁଳ କ୍ଷତି ସହିଥିଲେ। ତେଣୁ ଦେଶର ଏହି ସବୁଠୁ ବଡ଼ ଷ୍ଟକ୍ ମାର୍କେଟ ଦୁର୍ନୀତିରେ ମୋଦି ଓ ଶାହା ସିଧାସଳଖ ସମ୍ପୃକ୍ତ ଥିବା ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି।
The post ମୋଦି, ଶାହାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ରାହୁଲ appeared first on Dharitri Odia News.