ମନ୍ଦିର ପରିସରରୁ ଦୁଇଟି ଅହିରାଜ ଉଦ୍ଧାର

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ଶିବ ମନ୍ଦିରରୁ ଦୁଇଟି ଅହିରାଜ ସାପ ଉଦ୍ଧାର ହୋଇଛି। ସାମନ୍ତିଆପଲ୍ହୀ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଭାବେ ସାପ ଦ୍ବୟକୁ ଉଦ୍ଧାର କରିଥିଲେ । ଗତ କାଲି ବିଳମ୍ବିତ ରାତିରେ ଅଭୟପୁର  ବାଣେଶ୍ୱର ଶିବ ମନ୍ଦିର ପରିସରରେ ଦୁଇଟି ବିରାଟକାୟ ସାପଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଜଣାଇଥିଲେ।  ସ୍ଥାନୀୟ ବନପାଳ ଅଭିନାଶ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ […]

ମନ୍ଦିର ପରିସରରୁ ଦୁଇଟି ଅହିରାଜ ଉଦ୍ଧାର

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ଶିବ ମନ୍ଦିରରୁ ଦୁଇଟି ଅହିରାଜ ସାପ ଉଦ୍ଧାର ହୋଇଛି। ସାମନ୍ତିଆପଲ୍ହୀ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଭାବେ ସାପ ଦ୍ବୟକୁ ଉଦ୍ଧାର କରିଥିଲେ । ଗତ କାଲି ବିଳମ୍ବିତ ରାତିରେ ଅଭୟପୁର  ବାଣେଶ୍ୱର ଶିବ ମନ୍ଦିର ପରିସରରେ ଦୁଇଟି ବିରାଟକାୟ ସାପଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଜଣାଇଥିଲେ।  ସ୍ଥାନୀୟ ବନପାଳ ଅଭିନାଶ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ  ପହଞ୍ଚିବା ସହ ଏକ ଘଣ୍ଟାର ପରିଶ୍ରମ ପରେ କୌଶଳକ୍ରମେ ଦୁଇଟି ଅହିରାଜ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପ  ଦୁଇ ଟିକୁ  ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିବା ଏସ ସିଏଫ ମନୋଜ ପାତ୍ର ସୂଚନା ଦେଇଛନ୍ତି।