ଦେଶରେ ଗତ ୧୦ ବର୍ଷରେ ପେଟ୍ରୋଲର ଆବଶ୍ୟକତା ହୋଇଛି ଦ୍ୱିଗୁଣାରୁ ଅଧିକ
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଗାଡ଼ି ସଂଖ୍ୟା ବଢିବା ସହ ଦେଶରେ ପେଟ୍ରୋଲର ଆବଶ୍ୟକତା ମଧ୍ୟ ବଢିବାରେ ଲାଗିଛି । ତେବେ ନିକଟରେ ସାମନାକୁ ଆସିଥିବା ଏକ ରିପୋର୍ଟର ଅନୁସାରେ ପେଟ୍ରୋଲ ବ୍ୟବହାର ଗତ ୧୦ ବର୍ଷରେ ଦ୍ୱିଗୁଣାରୁ ବି ଅଧିକ ହୋଇଛି ।ଅନ୍ୟପଟେ ଡିଜେଲର ଆବଶ୍ୟକତା ମଧ୍ୟ ଏକ ତୃତୀୟାଂଶ ବଢିଛି, ତେବେ ତେଲର ମୋଟ ଚାହିଦା ଅଧା ହୋଇଛି । ଡାଟାରୁ ଜଣାପଡ଼ୁଛି ଯେ ଇଭି (ଇଲେକ୍ଟ୍ରିକ ବାହାନ) ଏବଂ ଅକ୍ଷୟ ଉର୍ଜାର ନୀତିଗତ ଚାପ ସତ୍ତ୍ୱେ ଜୀବାଶ୍ମ ଇନ୍ଧନର ଚାହିଦା ରହିଛି ।ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଡାଟା ଅନୁସାରେ ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ପେଟ୍ରୋଲର ବାର୍ଷିକ ଆବଶ୍ୟକତା ୧୧୭ ପ୍ରତିଶତ, ଡିଜେଲର ୩୧ ପ୍ରତିଶତ, ବିମାନ ଟରବାଇନ ଇନ୍ଧନର ୫୦ ପ୍ରତିଶତ ଏବଂ ଏଲପିଜିର ୮୨ ପ୍ରତିଶତ ବଢିଛି ।ଏହି ଅବଧିରେ କିରୋସିନର ବ୍ୟବହାର ୯୩ ପ୍ରତିଶତ କମ ହୋଇଛି । ଗତ ଏକ ଦଶନ୍ଧିରେ ପେଟ୍ରୋଲ ଚାଳିତ ବାହାନର ପ୍ରାଥମିକତା ବଢିଛି । ଡିଜେଲ ବାହାନର ହ୍ରାସ ପାଉଥିବା ଲୋକପ୍ରିୟତା ପଛରେ ଗୋଟିଏ କାରଣ ଏହା ବି ଯେ ପେଟ୍ରୋଲ ଗାଡ଼ିର ରକ୍ଷଣବେକ୍ଷଣ ଆବଶ୍ୟକତା କମ ରହିଥାଏ ।
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଗାଡ଼ି ସଂଖ୍ୟା ବଢିବା ସହ ଦେଶରେ ପେଟ୍ରୋଲର ଆବଶ୍ୟକତା ମଧ୍ୟ ବଢିବାରେ ଲାଗିଛି । ତେବେ ନିକଟରେ ସାମନାକୁ ଆସିଥିବା ଏକ ରିପୋର୍ଟର ଅନୁସାରେ ପେଟ୍ରୋଲ ବ୍ୟବହାର ଗତ ୧୦ ବର୍ଷରେ ଦ୍ୱିଗୁଣାରୁ ବି ଅଧିକ ହୋଇଛି ।
ଅନ୍ୟପଟେ ଡିଜେଲର ଆବଶ୍ୟକତା ମଧ୍ୟ ଏକ ତୃତୀୟାଂଶ ବଢିଛି, ତେବେ ତେଲର ମୋଟ ଚାହିଦା ଅଧା ହୋଇଛି । ଡାଟାରୁ ଜଣାପଡ଼ୁଛି ଯେ ଇଭି (ଇଲେକ୍ଟ୍ରିକ ବାହାନ) ଏବଂ ଅକ୍ଷୟ ଉର୍ଜାର ନୀତିଗତ ଚାପ ସତ୍ତ୍ୱେ ଜୀବାଶ୍ମ ଇନ୍ଧନର ଚାହିଦା ରହିଛି ।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଡାଟା ଅନୁସାରେ ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ପେଟ୍ରୋଲର ବାର୍ଷିକ ଆବଶ୍ୟକତା ୧୧୭ ପ୍ରତିଶତ, ଡିଜେଲର ୩୧ ପ୍ରତିଶତ, ବିମାନ ଟରବାଇନ ଇନ୍ଧନର ୫୦ ପ୍ରତିଶତ ଏବଂ ଏଲପିଜିର ୮୨ ପ୍ରତିଶତ ବଢିଛି ।
ଏହି ଅବଧିରେ କିରୋସିନର ବ୍ୟବହାର ୯୩ ପ୍ରତିଶତ କମ ହୋଇଛି । ଗତ ଏକ ଦଶନ୍ଧିରେ ପେଟ୍ରୋଲ ଚାଳିତ ବାହାନର ପ୍ରାଥମିକତା ବଢିଛି । ଡିଜେଲ ବାହାନର ହ୍ରାସ ପାଉଥିବା ଲୋକପ୍ରିୟତା ପଛରେ ଗୋଟିଏ କାରଣ ଏହା ବି ଯେ ପେଟ୍ରୋଲ ଗାଡ଼ିର ରକ୍ଷଣବେକ୍ଷଣ ଆବଶ୍ୟକତା କମ ରହିଥାଏ ।