ବ୍ୟାଙ୍କ୍‌କୁ ଫେରିଲା ୯୭.୮୨ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ, ଆହୁରି ୭ ହଜାର କୋଟି ବାକି

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ସିଷ୍ଟମ୍‌କୁ ଫେରିଲା ୯୭.୮୨ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍। ଜୁନ ୩ ତାରିଖରେ ଆର୍‌ବିଆଇ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏଥିସହିତ  ୩୧ ମେ ୨୦୨୪ ପର୍ଯ୍ୟନ୍ତ ୭,୭୫୫ କୋଟି ମୂଲ୍ୟର ନୋଟ୍ ଏବେ ବି ଲୋକଙ୍କ ପାଖରେ ରହିଛି। ସୂଚନା ଥାଉକି ନୋଟ୍ ପ୍ରତ୍ୟାହୃତ ଘୋଷଣା ହେବା ସମୟରେ ବଜାରରେ ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ନୋଟ ରହିଥିଲା। ଚଳିତ ବର୍ଷ ମେ ୧୯ ତାରିଖରେ ଆରବିଆଇ ଦୁଇ ହଜାର ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲ। ନୋଟଗୁଡିକ ଲିଗାଲ ଟେଣ୍ଡର ହୋଇ ରହିବ ବୋଲି କହିଥିଲା ଆର୍‌ବିଆଇ। ସୂଚନା ଥାଉକି, ୨୦୧୬ରେ ବିମୁଦ୍ରୀକରଣ ପରେ ଦୁଇ ହଜାର ଟଙ୍କା ନୋଟ୍ ପ୍ରଚଳନ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରିବା ନେଇ ଘୋଷଣା ହେବା ପରେ ବ୍ୟାଙ୍କଗୁଡିକରେ ନୋଟ୍ ବିନିମୟ କିମ୍ବା ଜମା କରିବାର ଶେଷ ତାରିଖ ଥିଲା ୭ ଅକ୍ଟୋବର ୨୦୨୩ । ଏହାସତ୍ତ୍ୱେ ବି ବଜାରରେ ୭ ହଜାର କୋଟିରୁ ଅଧିକ ନୋଟ ପଡ଼ି ରହିଛି। ବର୍ତ୍ତମାନ ଆରବିଆଇର ୧୯ ଇସୁ ଅଫିସ୍‌ରେ ନୋଟ୍ ବଦଳି କିମ୍ବା ଜମା କରାଇପାରିବେ। 

ବ୍ୟାଙ୍କ୍‌କୁ ଫେରିଲା ୯୭.୮୨ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ, ଆହୁରି ୭ ହଜାର କୋଟି ବାକି

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ସିଷ୍ଟମ୍‌କୁ ଫେରିଲା ୯୭.୮୨ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍। ଜୁନ ୩ ତାରିଖରେ ଆର୍‌ବିଆଇ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏଥିସହିତ  ୩୧ ମେ ୨୦୨୪ ପର୍ଯ୍ୟନ୍ତ ୭,୭୫୫ କୋଟି ମୂଲ୍ୟର ନୋଟ୍ ଏବେ ବି ଲୋକଙ୍କ ପାଖରେ ରହିଛି। ସୂଚନା ଥାଉକି ନୋଟ୍ ପ୍ରତ୍ୟାହୃତ ଘୋଷଣା ହେବା ସମୟରେ ବଜାରରେ ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ନୋଟ ରହିଥିଲା। ଚଳିତ ବର୍ଷ ମେ ୧୯ ତାରିଖରେ ଆରବିଆଇ ଦୁଇ ହଜାର ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲ। ନୋଟଗୁଡିକ ଲିଗାଲ ଟେଣ୍ଡର ହୋଇ ରହିବ ବୋଲି କହିଥିଲା ଆର୍‌ବିଆଇ। 
ସୂଚନା ଥାଉକି, ୨୦୧୬ରେ ବିମୁଦ୍ରୀକରଣ ପରେ ଦୁଇ ହଜାର ଟଙ୍କା ନୋଟ୍ ପ୍ରଚଳନ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରିବା ନେଇ ଘୋଷଣା ହେବା ପରେ ବ୍ୟାଙ୍କଗୁଡିକରେ ନୋଟ୍ ବିନିମୟ କିମ୍ବା ଜମା କରିବାର ଶେଷ ତାରିଖ ଥିଲା ୭ ଅକ୍ଟୋବର ୨୦୨୩ । ଏହାସତ୍ତ୍ୱେ ବି ବଜାରରେ ୭ ହଜାର କୋଟିରୁ ଅଧିକ ନୋଟ ପଡ଼ି ରହିଛି। ବର୍ତ୍ତମାନ ଆରବିଆଇର ୧୯ ଇସୁ ଅଫିସ୍‌ରେ ନୋଟ୍ ବଦଳି କିମ୍ବା ଜମା କରାଇପାରିବେ।