ନୂଆ ନିର୍ବାଚନ କମିଶନର ଚୟନ କରିବେ ପିଏମ୍ ମୋଦୀ-ରାହୁଲ ଗାନ୍ଧୀ, ୧୭ରେ ବସିବ ବୈଠକ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର(CEC) ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୮ ଫେବୃଆରୀରେ ଶେଷ ହେଉଛି। ଏବେ ଚର୍ଚ୍ଚା କିଏ ହେବେ ପରବର୍ତ୍ତୀ ସିଇସି। CEC ଚୟନ କରିବା ପାଇଁ ଆଇନ ମନ୍ତ୍ରଣାଳୟ ଦ୍ୱାରା ୧୭ ଫେବୃଆରୀ ୨୦୨୫ରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟିର ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୟନ କମିଟି ବୈଠକରେ ଯୋଗଦେବେ।କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ଦୁଇ ଜଣ ସଦସ୍ୟ ଥିଲେ। ଅର୍ଥ ବିଭାଗ ସଚିବ ଏବଂ ତାଲିମ ବିଭାଗ ସଚିବ ଅଛନ୍ତି। ଏପର୍ଯ୍ୟନ୍ତ ସିଇସିଙ୍କ ଅବସର ପରେ ସବୁଠାରୁ ବରିଷ୍ଠ ନିର୍ବାଚନ କମିଶନରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ପଦୋନ୍ନତି ଦିଆଯାଉଥିଲା। ଗତ ବର୍ଷ ସିଇସି ଏବଂ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ସମ୍ପର୍କିତ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି।ରାଜୀବ କୁମାରଙ୍କୁ ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ୱରେ, ନିର୍ବାଚନ କମିଶନ 2024 ମସିହାରେ ସାଧାରଣ ନିର୍ବାଚନ ସଫଳତାର ସହିତ ପରିଚାଳନା କରିଥିଲେ। ୨୦୨୩ ମସିହାରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ତତ୍ତ୍ୱାବଧାନରେ କର୍ଣ୍ଣାଟକ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର(CEC) ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୮ ଫେବୃଆରୀରେ ଶେଷ ହେଉଛି। ଏବେ ଚର୍ଚ୍ଚା କିଏ ହେବେ ପରବର୍ତ୍ତୀ ସିଇସି। CEC ଚୟନ କରିବା ପାଇଁ ଆଇନ ମନ୍ତ୍ରଣାଳୟ ଦ୍ୱାରା ୧୭ ଫେବୃଆରୀ ୨୦୨୫ରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟିର ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୟନ କମିଟି ବୈଠକରେ ଯୋଗଦେବେ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ଦୁଇ ଜଣ ସଦସ୍ୟ ଥିଲେ। ଅର୍ଥ ବିଭାଗ ସଚିବ ଏବଂ ତାଲିମ ବିଭାଗ ସଚିବ ଅଛନ୍ତି। ଏପର୍ଯ୍ୟନ୍ତ ସିଇସିଙ୍କ ଅବସର ପରେ ସବୁଠାରୁ ବରିଷ୍ଠ ନିର୍ବାଚନ କମିଶନରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ପଦୋନ୍ନତି ଦିଆଯାଉଥିଲା। ଗତ ବର୍ଷ ସିଇସି ଏବଂ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ସମ୍ପର୍କିତ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି।
ରାଜୀବ କୁମାରଙ୍କୁ ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ୱରେ, ନିର୍ବାଚନ କମିଶନ 2024 ମସିହାରେ ସାଧାରଣ ନିର୍ବାଚନ ସଫଳତାର ସହିତ ପରିଚାଳନା କରିଥିଲେ। ୨୦୨୩ ମସିହାରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ତତ୍ତ୍ୱାବଧାନରେ କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜାନୁଆରୀ ୨୦୨୫ରେ ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସମୟରେ, ରାଜୀବ କୁମାର ତାଙ୍କର ଅବସର ଯୋଜନା ବିଷୟରେ କହିଥିଲେ।