ପରୀକ୍ଷା ଦେଲେ ନାବାଳିକା ପ୍ରସୂତି ଛାତ୍ରୀ, ତଦନ୍ତ ପାଇଁ ଯିବେ ଜିଲ୍ଲାପାଳ ଓ ଆରଡିସି
ଚିତ୍ରକୋଣ୍ଡା ୨୭/୦୨: ଶେଷରେ ପରୀକ୍ଷା ଦେଲେ ନାବାଳିକା ପ୍ରସୂତି ଛାତ୍ରୀ । ଛୁଆ ଜନ୍ମ ଦେବା ପରେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଚିକିତ୍ସିତ ଅବସ୍ଥାରେ ପରୀକ୍ଷା ଦେଇଛନ୍ତି ଚିତ୍ରକୋଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । କଡା ସୁରକ୍ଷାରେ ନାବାଳିକା ଜଣକ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇଛନ୍ତି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କିଛି ସମୟ ମଧ୍ୟରେ ଜିଲ୍ଳା କଲେକ୍ଟରଙ୍କ ସମେତ ଆରଡିସି ଆସି ପହଞ୍ଚିବେ ଘଟଣା ଘଟିଥିବା ସ୍କୁଲ୍ ପରିସରରେ ।ସୂଚନା ଥାଉକି, ଗତ ସୋମବାର ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ଦେଇଥିଲେ ଛାତ୍ରୀ ଜଣକ। ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ ଛାତ୍ରୀଙ୍କ ବାପା, ମା, କିଛି ଗାଁ ଲୋକେ ମିଶି ଚିତ୍ରକୋଣ୍ଡା ପହଞ୍ଚିଥି ଝିଅଙ୍କ ବିଷୟରେ ପଚାରିବାରୁ ଝିଅ ଜଣକ ଗୋଟାଏ ଛୁଆ ଜନ୍ମ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ। also read...ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ: ହଷ୍ଟେଲ ମାଟ୍ରନ ବହିଷ୍କୃତ, ANM ନିଲମ୍ୱିତଛାତ୍ରୀଙ୍କ ବାପା କହିବା ଅନୁଯାୟୀ ଆଜିକୁ ବର୍ଷେ ପର୍ଯ୍ୟନ୍ତ ଝିଅ ଘରକୁ ଯାଇ ନାହିଁ। ଏବଂ ଏହିଭଳି ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାରଙ୍କ ସହ କୌଣସି ଆଲୋଚନା କର
ଚିତ୍ରକୋଣ୍ଡା ୨୭/୦୨: ଶେଷରେ ପରୀକ୍ଷା ଦେଲେ ନାବାଳିକା ପ୍ରସୂତି ଛାତ୍ରୀ । ଛୁଆ ଜନ୍ମ ଦେବା ପରେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଚିକିତ୍ସିତ ଅବସ୍ଥାରେ ପରୀକ୍ଷା ଦେଇଛନ୍ତି ଚିତ୍ରକୋଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । କଡା ସୁରକ୍ଷାରେ ନାବାଳିକା ଜଣକ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇଛନ୍ତି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କିଛି ସମୟ ମଧ୍ୟରେ ଜିଲ୍ଳା କଲେକ୍ଟରଙ୍କ ସମେତ ଆରଡିସି ଆସି ପହଞ୍ଚିବେ ଘଟଣା ଘଟିଥିବା ସ୍କୁଲ୍ ପରିସରରେ ।
ସୂଚନା ଥାଉକି, ଗତ ସୋମବାର ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ଦେଇଥିଲେ ଛାତ୍ରୀ ଜଣକ। ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ ଛାତ୍ରୀଙ୍କ ବାପା, ମା, କିଛି ଗାଁ ଲୋକେ ମିଶି ଚିତ୍ରକୋଣ୍ଡା ପହଞ୍ଚିଥି ଝିଅଙ୍କ ବିଷୟରେ ପଚାରିବାରୁ ଝିଅ ଜଣକ ଗୋଟାଏ ଛୁଆ ଜନ୍ମ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ।
also read...
ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ: ହଷ୍ଟେଲ ମାଟ୍ରନ ବହିଷ୍କୃତ, ANM ନିଲମ୍ୱିତ
ଛାତ୍ରୀଙ୍କ ବାପା କହିବା ଅନୁଯାୟୀ ଆଜିକୁ ବର୍ଷେ ପର୍ଯ୍ୟନ୍ତ ଝିଅ ଘରକୁ ଯାଇ ନାହିଁ। ଏବଂ ଏହିଭଳି ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାରଙ୍କ ସହ କୌଣସି ଆଲୋଚନା କରିନାହିଁ। ଏହି ଘଟଣା ସଂପର୍କରେ ସ୍କୁଲ ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି।
ତେବେ ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ କେମିତି ଗର୍ଭବତୀ ହୋଇ ରହିଥିଲେ ବିଦ୍ୟାଳୟର ହୋଷ୍ଟେଲ ପରିସରରେ ଏବଂ ଏକ ଛୁଆ ଜନ୍ମ ଦେଇଥିବା କଥା କୁ ନେଇ ଜନ ସାଧାରଣରେ ଦାବି ହୋଇଛି । ତଦନ୍ତ କରି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଛାତ୍ରୀଙ୍କ ପରିବାର ସହ ବିଦ୍ୟାଲୟର ପ୍ରଧାନ ଶିକ୍ଷକ।
ସେପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ହଷ୍ଟେଲ ମାଟ୍ରନ ସୁଚିତ୍ରା ଚର୍ଚିଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏହା ସହ ANM କବିତା କୁମାରୀ ପାତ୍ରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଧାନଶିକ୍ଷକ ଅଜିତ ମାଡକମିଙ୍କୁ ନିଳମ୍ବିତ କରିବା ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ।