ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୋକାନ ଭିତରେ ପଶି ଯୁବକଙ୍କୁ ହାଣିଲେ

ପୁରୀ ୧୪/୬: ପୂର୍ବ ଶତ୍ରୁତାରୁ ବୁଲିଲା ଖଣ୍ଡା । ଦୋକାନ ଭିତରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଆକ୍ରମଣର ଶିକାର ଯୁବକ ସନ୍ଦୀପ ପାଢୀ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନ୍ଦୀପଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ଆକ୍ରମଣ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଭିଯୋଗ ଆଧାରରେ ଛାନ୍‌ଭିନ୍‌ ଚଳାଇଛି ପୋଲିସ । 