ମାଟି ତଳେ ଲୁଚାଇ ରଖିଥିଲେ ନଗଦ ୩୮ ଲକ୍ଷ ,ସର୍ଚ୍ଚ ଅପରେସନରେ ଠାବ କଲେ ସିଆରପିଏଫ୍ ଯବାନ

ମାଲକାନଗିରି ୧୩/୮: ଅଲଗା ଅଲଗା ସ୍ଥାନରେ ମାଟି ତଳେ ଲୁଚାଇ ରଖିଥିଲେ ୩୮ ଲକ୍ଷ ଟଙ୍କା  ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ । ଧମତରୀ ପୋଲିସ ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନ ବେଳେ ଗରିଆବନ୍ଧ ଡିଭିଜନ ମାଓବାଦୀଙ୍କ ବଡ ଡମ୍ପ ଠାବ କରିଛନ୍ତି ସୁରକ୍ଷା କର୍ମୀ । ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସକୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ୩୮ ଲକ୍ଷର ନଗଦ ଟଙ୍କା, ୨୩ଟି ବିଜିଏଲ, ୨ଟି ଟିଫିନ ବୋମା,୧୩ଟି ଡିଟୋନେଟର,ଗୋଟିଏ ବଣ୍ଡଲ ଫ୍ୟୁଜ ତାର, ୨କେଜି ବାରୁଦ,୨ଟି ଫ୍ଲାସ ଲାଇଟ,୩ଟି ରିମୋଟ ସହ ମାଓବାଦୀଙ୍କ ପୋଷାକ ଓ ନିତ୍ୟ ବ୍ୟବହାର ସାମଗ୍ରୀ ଜବତ ହୋଇଛି । ବଡ ବଡ ବେପାରୀ ଓ ପୁଞ୍ଜିପତିଙ୍କ ଠାରୁ ଚାନ୍ଦା ଆଦାୟ କରି ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ ମାଓବାଦୀ । ଟଙ୍କା ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲେ ମଧ୍ୟ କୌଣସି ମାଓବାଦୀ ଧରାପଡିନାହାନ୍ତି ।  