ସାହିଦ ଆଫ୍ରିଦିଙ୍କୁ ପାନେ...ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପହଲଗାମ ଆକ୍ରମଣ ପରେ ଲଗାତାର ବୟାନବାଜି କରୁଛନ୍ତି । ସେ ଭାରତ ବିରୋଧରେ ଅନେକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଉଛନ୍ତି । ଏହାରି ଭିତରେ ଭାରତ ସରକାର ସାହିଦ ଆଫ୍ରିଦିଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ କରାଯାଇଛି । ଆଫ୍ରିଦି ଲଗାତାର ଭାରତ ବିରୋଧରେ ବିଷ ଉଗାରିବା ପରେ ସୋସିଆଲ୍ ମିଡିଆରେ କଡ଼ା ଜବାବ ଦେଇଥିଲେ ଶିଖର ଧାୱନ । ଆଫ୍ରିଦିଙ୍କ ଆର୍ମି ଉପରେ ବୟାନ ପରେ ଶିଖର କଡ଼ା ଜବାବ ଦେଇଥିଲେ । ଯାହାପରେ ଆଫ୍ରିଦିଙ୍କ ମୁହଁ ବନ୍ଦ ହୋଇଯାଇଥିଲା ।Kargil mein bhi haraya tha, already itna gire hue ho aur kitna giroge, bewajah comments pass karne se acha hai apne desh ki taraqqi mai dimag lagao @SAfridiOfficial. Humein hamari Indian Army par bohot garv hai. Bharat Mata Ki Jai! Jai Hind!https://t.co/5PVA34CNSe— Shikhar Dhawan (@SDhawan25) April 28, 2025ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରି ସ୍ଥିତି ରହିଛି । ଆଫ୍ରିଦି ଅଟାରୀ ବାଘା ବର୍ଡର ପହଞ୍ଚି ଭାରତ ବିରୋଧରେ ବୟାନ ଦେଇଥିଲେ । ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ ଆଫ୍ରିଦି ଭାରତୀୟ ସେନାକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇଥିଲେ । ତେବେ

ସାହିଦ ଆଫ୍ରିଦିଙ୍କୁ ପାନେ...ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପହଲଗାମ ଆକ୍ରମଣ ପରେ ଲଗାତାର ବୟାନବାଜି କରୁଛନ୍ତି । ସେ ଭାରତ ବିରୋଧରେ ଅନେକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଉଛନ୍ତି । ଏହାରି ଭିତରେ ଭାରତ ସରକାର ସାହିଦ ଆଫ୍ରିଦିଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ କରାଯାଇଛି । 

ଆଫ୍ରିଦି ଲଗାତାର ଭାରତ ବିରୋଧରେ ବିଷ ଉଗାରିବା ପରେ ସୋସିଆଲ୍ ମିଡିଆରେ କଡ଼ା ଜବାବ ଦେଇଥିଲେ ଶିଖର ଧାୱନ । ଆଫ୍ରିଦିଙ୍କ ଆର୍ମି ଉପରେ ବୟାନ ପରେ ଶିଖର କଡ଼ା ଜବାବ ଦେଇଥିଲେ । ଯାହାପରେ ଆଫ୍ରିଦିଙ୍କ ମୁହଁ ବନ୍ଦ ହୋଇଯାଇଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରି ସ୍ଥିତି ରହିଛି । ଆଫ୍ରିଦି ଅଟାରୀ ବାଘା ବର୍ଡର ପହଞ୍ଚି ଭାରତ ବିରୋଧରେ ବୟାନ ଦେଇଥିଲେ । ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ ଆଫ୍ରିଦି ଭାରତୀୟ ସେନାକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇଥିଲେ । ତେବେ ସାହିଦ ଆଫ୍ରିଦି ପ୍ରଥମ ପାକିସ୍ତାନୀ କ୍ରିକେଟର ନୁହନ୍ତି, ଯାହାଙ୍କ ଚ୍ୟାନେଲ ଭାରତରେ ବ୍ଲକ୍ ହୋଇଛି । ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର୍ ସୋଏବ ଅଖତରଙ୍କ ଚ୍ୟାନେଲ ମଧ୍ୟ ଭାରତରେ ବ୍ଲକ୍ ଅଛି । ରାସିଦ ଲତିଫ୍, ତନବୀର ଅହମଦ ଓ ବାସିତ ଅଲିଙ୍କ ଚ୍ୟାନେଲ ମଧ୍ୟ ଭାରତରେ ବ୍ଲକ୍ ଅଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହିଁ ଏହି ଚ୍ୟାନେଲଗୁଡ଼ିକ ବ୍ୟାନ କରାଯାଇଥିଲା ।