ପାକିସ୍ତାନ ପୋଲିସ୍ ଟିମ୍ ଉପରେ ଆକ୍ରମଣ : ୧୧ କର୍ମଚାରୀ ମୃତ, ଅନେକ ଆହତ

ନୂଆଦିଲ୍ଲୀ ୨୩।୦୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପୁଣି ଆକ୍ରମଣ । ଗୁରୁବାର ଦିନ ଏଠାରେ ରକେଟ ସହିତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୧ ଜଣ ସୈନିକ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ। ଲାହୋର ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନ ଜିଲ୍ଲାର ମାଚା ପଏଣ୍ଟରେ ଦୁଇଟି ପୋଲିସ୍ ଭ୍ୟାନ୍ କାଦୁଅରେ ଫସି ରହିଥିବା ବେଳେ ଏହି ଆକ୍ରମଣ ହୋଇଥିଲା।ପଞ୍ଜାବ ପୋଲିସର ଜଣେ ମୁଖପାତ୍ର କହିଛନ୍ତି ଯେ 'ଏହି ସମୟରେ ଅପରାଧୀ ସେଠାରେ ପହଞ୍ଚି ରକେଟ୍ ସାହାଯ୍ୟରେ ପୋଲିସ ଉପରେ ଆକ୍ରମଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବନ୍ଧକ ରଖାଯାଇଥିଲା ଏବଂ ବାକି କିଛି ଆହତ ହୋଇଥିଲେ। କହିବାକୁ ଗଲେ ନିକଟରେ ପାକିସ୍ତାନରେ ହିଂସା ଏବଂ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି। ତେବେ ଗୋଟିଏ ଆକ୍ରମଣରେ ଏତେ ସଂଖ୍ୟକ ପୋଲିସ୍ ଆହତ ହେବା ବିରଳ ଅଟେ।ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତିରାଷ୍ଟ୍ରପତି ଆସିଫ ଅଲି ଜରଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଗୃହ ମନ୍ତ୍ରୀ ମୋହସିନ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆହତ ଅଧିକାରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ସରିଫ ନିର୍ଦ୍ଦେଶ ଦେଇଛନ୍ତି। 

ପାକିସ୍ତାନ ପୋଲିସ୍ ଟିମ୍ ଉପରେ ଆକ୍ରମଣ : ୧୧ କର୍ମଚାରୀ ମୃତ, ଅନେକ ଆହତ

ନୂଆଦିଲ୍ଲୀ ୨୩।୦୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପୁଣି ଆକ୍ରମଣ । ଗୁରୁବାର ଦିନ ଏଠାରେ ରକେଟ ସହିତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୧ ଜଣ ସୈନିକ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ। ଲାହୋର ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନ ଜିଲ୍ଲାର ମାଚା ପଏଣ୍ଟରେ ଦୁଇଟି ପୋଲିସ୍ ଭ୍ୟାନ୍ କାଦୁଅରେ ଫସି ରହିଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

ପଞ୍ଜାବ ପୋଲିସର ଜଣେ ମୁଖପାତ୍ର କହିଛନ୍ତି ଯେ 'ଏହି ସମୟରେ ଅପରାଧୀ ସେଠାରେ ପହଞ୍ଚି ରକେଟ୍ ସାହାଯ୍ୟରେ ପୋଲିସ ଉପରେ ଆକ୍ରମଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବନ୍ଧକ ରଖାଯାଇଥିଲା ଏବଂ ବାକି କିଛି ଆହତ ହୋଇଥିଲେ। କହିବାକୁ ଗଲେ ନିକଟରେ ପାକିସ୍ତାନରେ ହିଂସା ଏବଂ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି। ତେବେ ଗୋଟିଏ ଆକ୍ରମଣରେ ଏତେ ସଂଖ୍ୟକ ପୋଲିସ୍ ଆହତ ହେବା ବିରଳ ଅଟେ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି

ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଗୃହ ମନ୍ତ୍ରୀ ମୋହସିନ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆହତ ଅଧିକାରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ସରିଫ ନିର୍ଦ୍ଦେଶ ଦେଇଛନ୍ତି।