ବ୍ୟାଙ୍କ ଅଫ୍ ବରୋଦାର ‘ବବ୍ ଆର୍ଥ ଗ୍ରୀନ୍’ ଡିପୋଜିଟ୍ସର ଶୁଭାରମ୍ଭ
ଭୁବନେଶ୍ୱର,୩୧।୩: ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ନୂତନ ଯୋଜନା ‘ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ ଜମାକାରୀଙ୍କୁ ବିଭିନ୍ନ ସମୟରେ ଆକର୍ଷଣୀୟ ସୁଧ ହାର ପ୍ରଦାନ କରିଥାଏ। ଏପରିକି ବ୍ୟାଙ୍କ ୭.୧୫% ପର୍ଯ୍ୟନ୍ତ ବାର୍ଷିକ ସୁଧ ପ୍ରଦାନ କରୁଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି,ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ ସ୍କିମ୍ର ଶୁଭାରମ୍ଭ ଜମାକାରୀଙ୍କୁ ସ୍ଥିର ଏବଂ ସୁରକ୍ଷିତ […] The post ବ୍ୟାଙ୍କ ଅଫ୍ ବରୋଦାର ‘ବବ୍ ଆର୍ଥ ଗ୍ରୀନ୍’ ଡିପୋଜିଟ୍ସର ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୩୧।୩: ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ନୂତନ ଯୋଜନା ‘ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ ଜମାକାରୀଙ୍କୁ ବିଭିନ୍ନ ସମୟରେ ଆକର୍ଷଣୀୟ ସୁଧ ହାର ପ୍ରଦାନ କରିଥାଏ। ଏପରିକି ବ୍ୟାଙ୍କ ୭.୧୫% ପର୍ଯ୍ୟନ୍ତ ବାର୍ଷିକ ସୁଧ ପ୍ରଦାନ କରୁଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି,ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ ସ୍କିମ୍ର ଶୁଭାରମ୍ଭ ଜମାକାରୀଙ୍କୁ ସ୍ଥିର ଏବଂ ସୁରକ୍ଷିତ ଆର୍ଥିକ ରିଟର୍ନର ଦ୍ୱିତୀୟ ଲାଭ ପ୍ରଦାନ କରିବା ସହ ଏକ ସବୁଜ ପୃଥିବୀରେ ଯୋଗଦାନ କରିବାର ସୁଯୋଗ ପ୍ରଦାନ କରିଥାଏ। ଏପରିକି ଏହି ଯୋଜନା ଅଧୀନରେ ବ୍ୟାଙ୍କ କେତେକ ଅଭିନବ ଅବଧି ପ୍ରଚଳନ କରିଛି। ସେହିଭଳି ବବ୍ ଆର୍ଥ ଗ୍ରୀନ୍ ଟର୍ମ ଡିପୋଜିଟ୍ ଜରିଆରେ ସଂଗ୍ରହ ହୋଇଥିବା ପାଣ୍ଠିକୁ ଅକ୍ଷୟ ଶକ୍ତି, ସ୍ବଚ୍ଛ ପରିବହନ, ସ୍ଥାୟୀ ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଶକ୍ତି ଦକ୍ଷତା, ଜଳବାୟୁ ପରିବର୍ତ୍ତନ ଅନୁକୂଳନ, ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ, ଗ୍ରୀନ୍ ହାଉସ, ଜୈବ ବିବିଧତା ସଂରକ୍ଷଣ ଇତ୍ୟାଦି ଯୋଗ୍ୟ ସବୁଜ ପ୍ରକଳ୍ପ କ୍ଷେତ୍ରକୁ ଆବଣ୍ଟନ କରାଯିବ। ବିଶେଷକରି ବିଓବିର ନୂଆ ଓ ପୁରୁଣା ଗ୍ରାହକମାନେ ବ୍ୟାଙ୍କର ସର୍ବଭାରତୀୟ ଶାଖା ମାଧ୍ୟମରେ ଗ୍ରୀନ୍ ଡିପୋଜିଟ୍ ଆକାଉଣ୍ଟ ଖୋଲିପାରିବେ।
The post ବ୍ୟାଙ୍କ ଅଫ୍ ବରୋଦାର ‘ବବ୍ ଆର୍ଥ ଗ୍ରୀନ୍’ ଡିପୋଜିଟ୍ସର ଶୁଭାରମ୍ଭ appeared first on Dharitri Odia News.