କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝରର ପୂର୍ବତନ ଜିଲାପାଳ ଏନ. ଥିରୁମାଲା ନାଏକ କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଉପଲବ୍ଧ ଥିବା ସୁବିଧାର ନିରୀକ୍ଷଣ କରିବା ସହ ଗର୍ଭବତୀ ମହିଳା, ଶିଶୁ , ଦିବ୍ୟାଙ୍ଗ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା […] The post କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ appeared first on Dharitri Odia News.

କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝରର ପୂର୍ବତନ ଜିଲାପାଳ ଏନ. ଥିରୁମାଲା ନାଏକ କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଉପଲବ୍ଧ ଥିବା ସୁବିଧାର ନିରୀକ୍ଷଣ କରିବା ସହ ଗର୍ଭବତୀ ମହିଳା, ଶିଶୁ , ଦିବ୍ୟାଙ୍ଗ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଲାଗି ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଭାସୀ ମାଧ୍ୟମରେ ଜିଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିବା ସହ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

The post କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ appeared first on Dharitri Odia News.