ଆତ୍ମହୁତି ପୂର୍ବରୁ ଆଇସିସିଙ୍କୁ ଗୁହାରି ଜଣାଇଥିଲେ ବାପା
ବାଲେଶ୍ୱର,୧୯।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଏଚ୍ଓଡି ସମୀର ସାହୁ ମାନସିକ ନିର୍ଯାତନା ଦେଉଥିବା ନେଇ ଗତ ୧ ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ଦିଲୀପ ଘୋଷଙ୍କଠାରେ ଅଭିଯୋଗ ହୋଇଥିଲା। କଲେଜର ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି (ଆଇସିସି) ଗଠନ କରାଯାଇ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ୭ଦିନ ଭିତରେ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସୌମ୍ୟାଶ୍ରୀଙ୍କ ବାପା ଅଧ୍ୟକ୍ଷଙ୍କଠାରେ ପହଞ୍ଚିଥିଲେ। ଏ ଦିଗରେ ଦୃଷ୍ଟି ଦିଆ […] The post ଆତ୍ମହୁତି ପୂର୍ବରୁ ଆଇସିସିଙ୍କୁ ଗୁହାରି ଜଣାଇଥିଲେ ବାପା appeared first on Dharitri Odia News.
ବାଲେଶ୍ୱର,୧୯।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଏଚ୍ଓଡି ସମୀର ସାହୁ ମାନସିକ ନିର୍ଯାତନା ଦେଉଥିବା ନେଇ ଗତ ୧ ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ଦିଲୀପ ଘୋଷଙ୍କଠାରେ ଅଭିଯୋଗ ହୋଇଥିଲା। କଲେଜର ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି (ଆଇସିସି) ଗଠନ କରାଯାଇ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ୭ଦିନ ଭିତରେ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସୌମ୍ୟାଶ୍ରୀଙ୍କ ବାପା ଅଧ୍ୟକ୍ଷଙ୍କଠାରେ ପହଞ୍ଚିଥିଲେ। ଏ ଦିଗରେ ଦୃଷ୍ଟି ଦିଆ ନ ଗଲେ ଝିଅ କିଛି ବି କରିପାରେ ବୋଲି ଆଇସିସି ନିକଟରେ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ।
କଲେଜରେ ଏତେ ଶିକ୍ଷକ ଥିଲା ବେଳେ ସମୀର ସାର୍ଙ୍କ ନାଁରେ ଅଭିଯୋଗ କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ। ଝିଅ ୨୦/୨୨ ଦିନ କଲେଜ ଯାଇ ନ ଥିବା କଥା ସମୀର ସାର୍ଙ୍କୁ ସେ ଜଣାଇଥଲେ। ଝିଅ ପାଠ ପଢୁନି କହିବାରୁ ପାଠ ମନସ୍କ କରାଇବାକୁ ସାର୍ଙ୍କୁ କହିଥିଲେ।
ଝିଅକୁ ପଚାରିବାରୁ ୪ ମିନିଟ୍ ବିଳମ୍ବ ହେବାରୁ କ୍ଲାସ ବାହାରେ ଛିଡ଼ା କରିବା ସହ ସମୀର ସାର୍ ଅପମାନିତ କରି ବାହାର କରିଦେବା କଥା କହିଥିଲେ। ଝିଅର ସାଙ୍ଗମାନଙ୍କ ସହ କଥା ହୋଇ ମାନସିକ ଅବସାଦ କଥା ଜାଣିଥିଲି। କ୍ଲାସ୍ରେ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ ସାର୍। ଏଥିପାଇଁ କିଛି ପିଲା ଝିଅକୁ ଟାହି ଟାପରା କରୁଥିବା ସାଙ୍ଗମାନେ ଜଣାଇଥିଲେ। ସାର୍ଙ୍କ ଅଶାଳୀନ ମନ୍ତବ୍ୟ ଓ ଅଶ୍ଳୀଳ ଇଙ୍ଗିତ ସମ୍ପର୍କରେ ଝିଅ ତା’ ମାଆଙ୍କୁ କହିଥିଲା ବୋଲି ସୌମ୍ୟାଶ୍ରୀଙ୍କ ବାପା ଅଧ୍ୟକ୍ଷ ଓ ଆଇସିସି ନିକଟରେ ଜଣାଇଥିଲେ।
The post ଆତ୍ମହୁତି ପୂର୍ବରୁ ଆଇସିସିଙ୍କୁ ଗୁହାରି ଜଣାଇଥିଲେ ବାପା appeared first on Dharitri Odia News.