ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, DTETର ନିର୍ଦ୍ଦେଶକ ହେଲେ ସମର୍ଥ ବର୍ମା

ଭୁବନେଶ୍ୱର ୧୮।୦୩ : ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। DTET (ବୈଶୟିକ ଶିକ୍ଷା ଓ ପ୍ରଶିକ୍ଷଣ)ର ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଏବଂ ଓଡ଼ିଶା ସିନେ ଉନ୍ନୟନ ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ୨୦୧୧ ବ୍ୟାଚ୍‌ର ପ୍ରଶାସନିକ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ଲଘୁ ଖଣିଜ ନିଗମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୧୩ ବ୍ୟାଚ ଆଇଏଏସ ଅଧିକାରୀ ଶୁଭମ୍ ସକ୍ସେନାଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଶ୍ରୀଯୁକ୍ତ ସକ୍ସେନା ସାଧାରଣ ବଣ୍ଟନ ନିମଗର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ।

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, DTETର ନିର୍ଦ୍ଦେଶକ ହେଲେ ସମର୍ଥ ବର୍ମା

ଭୁବନେଶ୍ୱର ୧୮।୦୩ : ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। DTET (ବୈଶୟିକ ଶିକ୍ଷା ଓ ପ୍ରଶିକ୍ଷଣ)ର ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଏବଂ ଓଡ଼ିଶା ସିନେ ଉନ୍ନୟନ ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । 

ସେହିପରି ୨୦୧୧ ବ୍ୟାଚ୍‌ର ପ୍ରଶାସନିକ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ଲଘୁ ଖଣିଜ ନିଗମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୧୩ ବ୍ୟାଚ ଆଇଏଏସ ଅଧିକାରୀ ଶୁଭମ୍ ସକ୍ସେନାଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଶ୍ରୀଯୁକ୍ତ ସକ୍ସେନା ସାଧାରଣ ବଣ୍ଟନ ନିମଗର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ।