ଆସସ୍‌ର ନୂତନ ପେଗାସସ୍‌ ଷ୍ଟୋର୍‌

ଭୁବନେଶ୍ୱର,୯।୯ (ଅଭୟ ଦାଶ): ଆସସ୍‌ ଇଣ୍ଡିଆର ବହୁପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ପେଗାସସ୍‌ ଷ୍ଟୋର୍‌ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୪୦୦ ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ଯଥା ଭିଭୋବୁକ୍ସ, ଜେନ୍‌ବୁକ୍ସ, ରିପବ୍ଲିକ ଅଫ୍‌ ଗେମର୍ସ (ଆର୍‌ଓଜି) ଲାପ୍‌ଟପ୍‌, ଗେମିଙ୍ଗ୍‌ ଡେସ୍କଟପ୍‌, ଅଲ୍‌-ଇନ୍‌-ୱାନ୍‌ ଡେସ୍କଟପ୍‌ ସମେତ ଆସେସରି ଉପଲବ୍ଧ। ସେହିଭଳି ଆସସ୍‌ ଫ୍ଲାଗ୍‌ଶିପ ପ୍ରଡକ୍ଟ ସମେତ ଏଠାରେ ଏକ ବିସ୍ତୃତ ଶୃଙ୍ଖଳାର ଇଲେକ୍‌ଟ୍ରୋନିକ୍ସ ଓ କମ୍ପ୍ୟୁଟର ହାର୍ଡୱୟାର ଉପଲବ୍ଧ କରାଇବା ପାଇଁ ଯୋଜନା […] The post ଆସସ୍‌ର ନୂତନ ପେଗାସସ୍‌ ଷ୍ଟୋର୍‌ appeared first on Dharitri Odia News.

ଆସସ୍‌ର ନୂତନ ପେଗାସସ୍‌ ଷ୍ଟୋର୍‌

ଭୁବନେଶ୍ୱର,୯।୯ (ଅଭୟ ଦାଶ): ଆସସ୍‌ ଇଣ୍ଡିଆର ବହୁପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ପେଗାସସ୍‌ ଷ୍ଟୋର୍‌ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୪୦୦ ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ଯଥା ଭିଭୋବୁକ୍ସ, ଜେନ୍‌ବୁକ୍ସ, ରିପବ୍ଲିକ ଅଫ୍‌ ଗେମର୍ସ (ଆର୍‌ଓଜି) ଲାପ୍‌ଟପ୍‌, ଗେମିଙ୍ଗ୍‌ ଡେସ୍କଟପ୍‌, ଅଲ୍‌-ଇନ୍‌-ୱାନ୍‌ ଡେସ୍କଟପ୍‌ ସମେତ ଆସେସରି ଉପଲବ୍ଧ।
ସେହିଭଳି ଆସସ୍‌ ଫ୍ଲାଗ୍‌ଶିପ ପ୍ରଡକ୍ଟ ସମେତ ଏଠାରେ ଏକ ବିସ୍ତୃତ ଶୃଙ୍ଖଳାର ଇଲେକ୍‌ଟ୍ରୋନିକ୍ସ ଓ କମ୍ପ୍ୟୁଟର ହାର୍ଡୱୟାର ଉପଲବ୍ଧ କରାଇବା ପାଇଁ ଯୋଜନା ପ୍ରସ୍ତୁତ ରହିଛି। ଏପରିକି ଭୁବନେଶ୍ୱରରେ ଏହା ବ୍ରାଣ୍ଡ୍‌ର ପ୍ରଥମ ପେଗାସସ୍‌ ଷ୍ଟୋର୍‌ ହୋଇଥିଲାବେଳେ ଆଶାୟୀ ଗ୍ରାହକ ଓ ବଜାର ଚାହିଦାକୁ ଏହା ପୂରଣ କରିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।
ଏ ସମ୍ପର୍କରେ ଆସସ୍‌ ଇଣ୍ଡିଆର ନ୍ୟାଶନାଲ ସେଲ୍‌ସ ମ୍ୟାନେଜର (ପିସି ଆଣ୍ଡ୍‌ ଗେମିଂ ବିଜ୍‌ନେସ୍‌) ଜିଗ୍ନେଶ ଭାବ୍‌ସର କହିଛନ୍ତି, ଭାରତରେ ଆମେ ଆମର ସମ୍ପ୍ରସାରଣ ସହିତ ନୂତନ ଷ୍ଟୋର୍‌ର ଶୁଭାରମ୍ଭ କରି ବେଶ ଉତ୍ସାହିତ ଅଛୁ। ଏପରିକି ଭୁବନେଶ୍ୱର ସହର ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିଲାବେଳେ ଏଠାରେ ଆମର ନୂଆ ପେଗାସସ୍‌ ଷ୍ଟୋର୍‌ର ଶୁଭାରମ୍ଭ ଏକ ବୃହତ୍‌ ଉପଭୋକ୍ତା ଆଧାରରେ ପହଞ୍ଚତ୍ବା ଦିଗରେ ଆଉ ଏକ ପଦକ୍ଷେପ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଆସସ୍‌ର ନୂତନ ପେଗାସସ୍‌ ଷ୍ଟୋର୍‌ appeared first on Dharitri Odia News.