ରାହୁଲ ଗାନ୍ଧୀଙ୍କ କାର୍ର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ
ପାଟନା,୧୬।୨: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ରୋହତସ (ସାସରାମ)ରେ ପହଞ୍ଚିଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ରୋହତସରେ ପହଞ୍ଚିଥିଲେ। ତେଜସ୍ବୀ କେବଳ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଅଂଶଗ୍ରହଣ କରିନାହାଁନ୍ତି ବରଂ ତାଙ୍କର ସାରଥୀ ମଧ୍ୟ ହୋଇଥିଲେ। ତେଜସ୍ବୀ ଏକ ଲାଲ ଚାରି ଚକିଆ ଯାନର ଡ୍ରାଇଭର ସାଜି ରାହୁଲ ଗାନ୍ଧୀ, ହଜାର ହଜାର କର୍ମୀ ଏବଂ ଇଣ୍ଡିଆ ସହଯୋଗୀ ଦଳର ସମର୍ଥକଙ୍କ […] The post ରାହୁଲ ଗାନ୍ଧୀଙ୍କ କାର୍ର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ appeared first on Dharitri Odia News.
ପାଟନା,୧୬।୨: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ରୋହତସ (ସାସରାମ)ରେ ପହଞ୍ଚିଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ରୋହତସରେ ପହଞ୍ଚିଥିଲେ। ତେଜସ୍ବୀ କେବଳ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଅଂଶଗ୍ରହଣ କରିନାହାଁନ୍ତି ବରଂ ତାଙ୍କର ସାରଥୀ ମଧ୍ୟ ହୋଇଥିଲେ। ତେଜସ୍ବୀ ଏକ ଲାଲ ଚାରି ଚକିଆ ଯାନର ଡ୍ରାଇଭର ସାଜି ରାହୁଲ ଗାନ୍ଧୀ, ହଜାର ହଜାର କର୍ମୀ ଏବଂ ଇଣ୍ଡିଆ ସହଯୋଗୀ ଦଳର ସମର୍ଥକଙ୍କ ସହ ନଜର ଆସିଥିଲେ। କଂଗ୍ରେସର ବରିଷ୍ଠ ନେତା ମୀରା କୁମାରଙ୍କୁ ମଧ୍ୟ କାରର ପଛ ସିଟରେ ଦେଖିବାକୁ ମିଳିଥିଲା।
ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ୩୪ତମ ଦିନ। ରାହୁଲ ଗାନ୍ଧୀ ଆଜି ରୋହତସରେ କୃଷକ ନେତାଙ୍କ ସହ କଥା ହେବେ।
The post ରାହୁଲ ଗାନ୍ଧୀଙ୍କ କାର୍ର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ appeared first on Dharitri Odia News.