ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍‌: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ

ଓ୍ବେଲିଙ୍ଗଟନ୍‌,୧।୩: ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେଲିଙ୍ଗଟନ୍‌ରେ ଖେଳାଯାଉଛି। ଏହି ଟେଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନ୍ୟୁଜିଲାଣ୍ଡର ସ୍କୋର ଗୋଟିଏ ଉଇକେଟ୍‌ ଉଇକେଟ ପାଇଁ ୧୨ ରନ ଥିଲା। ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ବୋଲିଂ କରୁଥିଲେ। ସଟ ଖେଳିବା ପରେ କେନ ୱିଲିୟମସନ ତାଙ୍କ ସାଥୀ ୟଙ୍ଗଙ୍କ ସହ ଧକ୍କା ହୋଇଥିଲେ। ତା’ପରେ ମଧ୍ୟଭାଗରେ ଫିଲ୍ଡିଂ କରୁଥିବା ମାର୍ନୁସ ଲାବୁସାଗ୍ନେ ବଲ୍‌କୁ ସିଧା ଷ୍ଟମ୍ପ ଉପରେ ପକାଇ […] The post ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍‌: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ appeared first on Dharitri Odia News.

ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍‌: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ

ଓ୍ବେଲିଙ୍ଗଟନ୍‌,୧।୩: ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେଲିଙ୍ଗଟନ୍‌ରେ ଖେଳାଯାଉଛି। ଏହି ଟେଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନ୍ୟୁଜିଲାଣ୍ଡର ସ୍କୋର ଗୋଟିଏ ଉଇକେଟ୍‌ ଉଇକେଟ ପାଇଁ ୧୨ ରନ ଥିଲା। ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ବୋଲିଂ କରୁଥିଲେ। ସଟ ଖେଳିବା ପରେ କେନ ୱିଲିୟମସନ ତାଙ୍କ ସାଥୀ ୟଙ୍ଗଙ୍କ ସହ ଧକ୍କା ହୋଇଥିଲେ। ତା’ପରେ ମଧ୍ୟଭାଗରେ ଫିଲ୍ଡିଂ କରୁଥିବା ମାର୍ନୁସ ଲାବୁସାଗ୍ନେ ବଲ୍‌କୁ ସିଧା ଷ୍ଟମ୍ପ ଉପରେ ପକାଇ ଦେଇଥିଲେ। ଏହିପରି ଭାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସଫଳତା ପାଇଲା। ରନ ଆଉଟ ହେବା ପରେ କେନ ୱିଲିୟମ୍ସନଙ୍କୁ ପ୍ୟାଭିଲିୟନକୁ ଫେରିବାକୁ ପଡ଼ିଲା।
ଏହା ପ୍ରାୟ ୧୩ ବର୍ଷ ପରେ ଘଟିଥିଲା ଯେତେବେଳେ କେନ ୱିଲିୟମ୍ସନ ଟେଷ୍ଟ ଫର୍ମାଟରେ ରନ୍‌ଆଉଟ ହେବା ପରେ ପାଭିଲିୟନକୁ ଫେରିଥିଲେ। ଏହାପୂର୍ବରୁ କେନ ୱିଲିୟମସନ ଶେଷ ଥର ପାଇଁ ୨୦୧୨ରେ ଟେଷ୍ଟ କ୍ରିକେଟରେ ରନ୍‌ଆଉଟ ହୋଇଥିଲେ।

The post ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍‌: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ appeared first on Dharitri Odia News.