ବେଆଇନ ଇଟାଭାଟି: ପୋଡ଼ା ଚାଲିଛି ଇଟା

ନାଉଗାଁ,୨ା୪(ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ଇଟାଭାଟିଗୁଡିକ ଉପରେ ରୋକ ଲଗାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ବେଆଇନ ଭାବେ ବହୁ ଇଟାଭାଟିରେ ଦୈନିକ ଇଟା ପୋଡା ଯାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଟା ବ୍ୟବସାୟୀମାନେ ସରକାରୀ ସ୍ଥାନ ଜବରଦଖଲ କରି ଇଟା ପକାଇ ପୋଡୁଥିବାବେଳେ ତହସିଲ ପକ୍ଷରୁ କୌଣସି ପଦକ୍ଷେପ […] The post ବେଆଇନ ଇଟାଭାଟି: ପୋଡ଼ା ଚାଲିଛି ଇଟା appeared first on Dharitri Odia News.

ବେଆଇନ ଇଟାଭାଟି: ପୋଡ଼ା ଚାଲିଛି ଇଟା

ନାଉଗାଁ,୨ା୪(ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ଇଟାଭାଟିଗୁଡିକ ଉପରେ ରୋକ ଲଗାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ବେଆଇନ ଭାବେ ବହୁ ଇଟାଭାଟିରେ ଦୈନିକ ଇଟା ପୋଡା ଯାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଟା ବ୍ୟବସାୟୀମାନେ ସରକାରୀ ସ୍ଥାନ ଜବରଦଖଲ କରି ଇଟା ପକାଇ ପୋଡୁଥିବାବେଳେ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଅରଖକୁଦ-ହରିଶପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାସ୍ତା ପାର୍ଶ୍ୱ ଅରଖକୁଦ ନିକଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଅରଖକୁଦ ବଡ଼ଦଣ୍ଡା ଖେଳ ପଡ଼ିଆ ନିର୍ମାଣ କରାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି। ଏହି ଫଳକ ନିକଟକୁ ଲାଗି ଇଟା ପକାଯାଇ ପୋଡା ଯାଉଛି। ସେହିପରି ବାଂଶରୁ ବୋଦଳ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାର୍ଶ୍ୱରେ ଇଟା ପକାଯାଇ ପୋଡ଼ାଯାଉଛି। କେବଳ ସେତିକି ନୁହେଁ, ଏହି ବ୍ଲକର ୧୬ଟି ପଞ୍ଚାୟତର ମୁଖ୍ୟ ରାସ୍ତା ନାଉଗାଁ-ଅରଖକୁଦ, ଶିଖର-ଡେରିକି, ଅଙ୍ଗେଶ୍ୱରପଡା-ଓଷକଣା, କୋକିଡିହ-ତେଲସରା, ଗାରୋଇ-ଡାହାଣିଖିଆ, ଜଗରାଜପୁର-ନୂଆପାରି ସେହିପରି ଅନ୍ୟାନ୍ୟ ମୁଖ୍ୟ ତଥା ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଇଟା ପୋଡା ଯାଉଛି। ଇଟା ବ୍ୟବସାୟୀମାନେ ଖୁଲମଖୁଲା ଜନବସତି ନିକଟରେ ଇଟା ପୋଡ଼ୁଥିବା ବେଳେ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରୁଛନ୍ତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଇଟାଭାଟି ଧୂଆଁରେ ଜନସାଧାରଣ କଲବଲ ହେଉଥିବା ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ସରକାରୀ ନିୟମକୁ ଉଲ୍ଲଂଘନ କରୁଥିବା ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନିକ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟ ପାର୍ଶ୍ୱରେ ରାଜସ୍ବ ଅଧିକାରୀମାନେ କମ୍‌ ପରିମାଣର ଇଟା ଦର୍ଶାଇ ରାଜସ୍ବ କାଟୁଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି କହିଛନ୍ତି। ନାଉଗଁା ତହସିଲଦାର ଶିବାଶିଷ ପରିଡାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।

The post ବେଆଇନ ଇଟାଭାଟି: ପୋଡ଼ା ଚାଲିଛି ଇଟା appeared first on Dharitri Odia News.