‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ସମୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) କହିଛି, ଫିଲ୍ମର ରିଲିଜ୍‌ ନେଇ ସେନ୍ସର ବୋର୍ଡର କୌଣସି ଆପତ୍ତି ନାହିଁ। ତେବେ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଥିବା କିଛି ଆପତ୍ତିଜନକ ଦୃଶ୍ୟକୁ ଫିଲ୍ମ ନିର୍ମାତାଙ୍କୁ କାଟିବାକୁ ପଡ଼ିବ। ତେବେ ଏନେଇ ନିଷ୍ପତ୍ତି ନେବାକୁ ‘ଏମର୍ଜେନ୍ସି’ର ସହ […] The post ‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ appeared first on Dharitri Odia News.

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ସମୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) କହିଛି, ଫିଲ୍ମର ରିଲିଜ୍‌ ନେଇ ସେନ୍ସର ବୋର୍ଡର କୌଣସି ଆପତ୍ତି ନାହିଁ। ତେବେ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଥିବା କିଛି ଆପତ୍ତିଜନକ ଦୃଶ୍ୟକୁ ଫିଲ୍ମ ନିର୍ମାତାଙ୍କୁ କାଟିବାକୁ ପଡ଼ିବ। ତେବେ ଏନେଇ ନିଷ୍ପତ୍ତି ନେବାକୁ ‘ଏମର୍ଜେନ୍ସି’ର ସହ ପ୍ରଯୋଜକ ଜି ଷ୍ଟୁଡିଓ କୋର୍ଟଙ୍କୁ କିଛି ସମୟ ମାଗିଛି। ମାମଲାର ଆଗାମୀ ଶୁଣାଣି ଆସନ୍ତା ୩୦ରେ ହେବ।

The post ‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ appeared first on Dharitri Odia News.