ହାୱଡା- ମୁମ୍ବାଇଏକ୍ସପ୍ରେସ ଦୁର୍ଘଟଣା: ଆଖିବୁଜିଲେ ୨ ଓଡ଼ିଆ
ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ହାୱଡା- ମୁମ୍ବାଇଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୧୮ଟି ବଗି କ୍ଷତି ହୋଇଥିବା ବେଳେ ଦୁର୍ଘଟଣାରେ ୬ ଗୁରତର ହୋଇଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବର୍ତ୍ତମାନ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ମୃତକ ଓଡ଼ିଶାର ସୁନ୍ଦରଗଡ଼ ଜିଲା ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର।ଏକ […] The post ହାୱଡା- ମୁମ୍ବାଇଏକ୍ସପ୍ରେସ ଦୁର୍ଘଟଣା: ଆଖିବୁଜିଲେ ୨ ଓଡ଼ିଆ appeared first on Dharitri Odia News.
ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ହାୱଡା- ମୁମ୍ବାଇଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୧୮ଟି ବଗି କ୍ଷତି ହୋଇଥିବା ବେଳେ ଦୁର୍ଘଟଣାରେ ୬ ଗୁରତର ହୋଇଥିବା ସୂଚନା ମିଳିଥିଲା।
ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବର୍ତ୍ତମାନ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ମୃତକ ଓଡ଼ିଶାର ସୁନ୍ଦରଗଡ଼ ଜିଲା ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।
ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର।ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇ ଟ୍ରେନ ଲାଇନଚ୍ୟୁତ ହୋଇଥିଲା।
ସୂଚନାନୁସାରେ, ଏହି ଟ୍ରେନ ଦୁର୍ଘଟଣା ସକାଳ ପ୍ରାୟ ୪.୦୦ ସମୟରେ ରାଜଖରୱାନ ୱେଷ୍ଟ ଆଉଟର୍ ଏବଂ ବାରବାମ୍ବୁ ଷ୍ଟେଶନ ମଧ୍ୟରେ ଘଟିଥିଲା। ରେଳବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ଆହତଙ୍କୁ ଭାରତୀୟ ରେଳବାଇର ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରିଥିଲେ।
ସୂଚନାନୁସାରେ, ହାଓ୍ବଡା-ମୁମ୍ବାଇ ମେଲ ଏକ୍ସପ୍ରେସର ପ୍ରାୟ ୫ଟି ବଗି ଖସିପଡି ସେଠାରେ ପାର୍କିଂ ହୋଇଥିବା ମାଲବାହୀ ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।
The post ହାୱଡା- ମୁମ୍ବାଇଏକ୍ସପ୍ରେସ ଦୁର୍ଘଟଣା: ଆଖିବୁଜିଲେ ୨ ଓଡ଼ିଆ appeared first on Dharitri Odia News.