ଚା’ ପିଇବା ବେଳେ ଲୋକଙ୍କୁ ଉପରକୁ ମାଡ଼ିଗଲା ଭ୍ୟାନ୍
ସୋନପୁର,୨୫।୭: ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ ଦୋକାନରେ ଚା’ ପିଇବା ବେଳେ ଏକ ପିକ୍ଅପ୍ ଭ୍ୟାନ ମାଡ଼ିଯାଇ ୩ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମେଟାକାନି ମନ୍ଦିର ନିକଟ ଏକ ଦୋକାନରେ କେତେଜଣ ବ୍ୟକ୍ତି ଚା’ ପିଉଥିଲେ। ସେତିକିବେଳେ ଦ୍ରୁତ ଗିତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି […] The post ଚା’ ପିଇବା ବେଳେ ଲୋକଙ୍କୁ ଉପରକୁ ମାଡ଼ିଗଲା ଭ୍ୟାନ୍ appeared first on Dharitri Odia News.
ସୋନପୁର,୨୫।୭: ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ ଦୋକାନରେ ଚା’ ପିଇବା ବେଳେ ଏକ ପିକ୍ଅପ୍ ଭ୍ୟାନ ମାଡ଼ିଯାଇ ୩ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ମେଟାକାନି ମନ୍ଦିର ନିକଟ ଏକ ଦୋକାନରେ କେତେଜଣ ବ୍ୟକ୍ତି ଚା’ ପିଉଥିଲେ। ସେତିକିବେଳେ ଦ୍ରୁତ ଗିତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଭିନ୍ନ ମହଳରେ ଶୋକର ଛାୟା ଖେଳି ଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
The post ଚା’ ପିଇବା ବେଳେ ଲୋକଙ୍କୁ ଉପରକୁ ମାଡ଼ିଗଲା ଭ୍ୟାନ୍ appeared first on Dharitri Odia News.