ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ହାଇଓ୍ବା ଧକ୍କାରେ ବାପ ପୁଅ ମୃତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । ମୃତକ ହେଲେ ଦେଉଳ ପଦର ଗାଁର ରାଜକୁମାର ମହାକୁର ଓ ପୁଅ ଓମପ୍ରିତ। ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭର ଫେରାର ମାରିବା ବେଳେ ସ୍କୁଟି ଲାଗି ଜଳିଗଲା ହାଇଓ୍ବା । ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ଦୁଇ […] The post ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ହାଇଓ୍ବା ଧକ୍କାରେ ବାପ ପୁଅ ମୃତ appeared first on Odisha.News.

ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ହାଇଓ୍ବା ଧକ୍କାରେ ବାପ ପୁଅ ମୃତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । ମୃତକ ହେଲେ ଦେଉଳ ପଦର ଗାଁର ରାଜକୁମାର ମହାକୁର ଓ ପୁଅ ଓମପ୍ରିତ। ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭର ଫେରାର ମାରିବା ବେଳେ ସ୍କୁଟି ଲାଗି ଜଳିଗଲା ହାଇଓ୍ବା । ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ଦୁଇ ସ୍କୁଟି ଆରୋହିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ଫେରାର ମାରିବା ବେଳେ ସ୍କୁଟି ହଇୱାରେ ଲାଗି ଘୋଷଡି ହୋଇଯାଇଥିଲା । ଫଳରେ କିଛିବାଟ ଗଲା ପରେ ରାସ୍ତାରେ ଜଳିଗଲା ହାଇଓ୍ବା । ଜିଲ୍ଲାପାଳ ଅଫିସ୍ ଆଗରେ ହାଇଓ୍ବାରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ଜଳନ୍ତା ଗାଡିକୁ ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ଦୁର୍ଘଟଣାକୁ ନେଇ ବ୍ଲକ ଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

The post ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ହାଇଓ୍ବା ଧକ୍କାରେ ବାପ ପୁଅ ମୃତ appeared first on Odisha.News.