ସ୍ତ୍ରୀଙ୍କୁ ଆକ୍ରମଣ କରି ସ୍ବାମୀ ଗିରଫ

ବ୍ରହ୍ମପୁର,୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ତ୍ରୀଙ୍କୁ ଆକ୍ରମଣ ଅଭିଯୋଗରେ ମହିଳା ଥାନା ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଦୀପସାହିର ନରସିଂହ ଶବର। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ନରସିଂହ ୩ବର୍ଷ ପୂର୍ବେ ଗୋଷାଣି ନୂଆଁଗାଁ ଥାନା ଅଞ୍ଚଳର ପାର୍ବତୀ ବାଙ୍ଗାରୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। କିଛିଦିନ ପୂର୍ବେ ନରସିଂହ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା […] The post ସ୍ତ୍ରୀଙ୍କୁ ଆକ୍ରମଣ କରି ସ୍ବାମୀ ଗିରଫ appeared first on Dharitri Odia News.

ସ୍ତ୍ରୀଙ୍କୁ ଆକ୍ରମଣ କରି ସ୍ବାମୀ ଗିରଫ

ବ୍ରହ୍ମପୁର,୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ତ୍ରୀଙ୍କୁ ଆକ୍ରମଣ ଅଭିଯୋଗରେ ମହିଳା ଥାନା ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଦୀପସାହିର ନରସିଂହ ଶବର। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ନରସିଂହ ୩ବର୍ଷ ପୂର୍ବେ ଗୋଷାଣି ନୂଆଁଗାଁ ଥାନା ଅଞ୍ଚଳର ପାର୍ବତୀ ବାଙ୍ଗାରୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। କିଛିଦିନ ପୂର୍ବେ ନରସିଂହ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଫଳରେ ପାର୍ବତୀ ଆହତ ହୋଇ ସ୍ଥାନୀୟ ସିଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସୁସ୍ଥ ହେବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ନରସିଂହ ଫେରାର ହୋଇଯାଇଥିଲେ। ୨ଦିନ ତଳେ ସେ ଘରକୁ ଆସିଥିବା ପୋଲିସକୁ ଖବର ମିଳିଥିଲା। ବୁଧବାର ରାତିରେ ତାଙ୍କୁ କାବୁ କରାଯାଇଥିଲା।

The post ସ୍ତ୍ରୀଙ୍କୁ ଆକ୍ରମଣ କରି ସ୍ବାମୀ ଗିରଫ appeared first on Dharitri Odia News.