ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍ବିର ଭେଟି, ବଢ଼ାଇଲା FDରେ ସୁଧ ହାର
ନୂଆଦିଲ୍ଲୀ,୨।୧: ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ନୂଆବର୍ଷରେ ଗ୍ରାହକଙ୍କୁ ଭେଟି ଦେଇଛି। ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍ ଜମା(ଏଫ୍ଡି) ଉପରେ ସୁଧ ହାର ପରିବର୍ତ୍ତନ କରିଛି। ନିର୍ଦ୍ଧାରିତ ସମୟସୀମା ଲାଗି ଏଫ୍ଡିରେ ସୁଧହାରରେ ୪୫ ବେସିସ୍ ପଏଣ୍ଟ(ବିପିଏସ୍) ଯୋଡ଼ା ଯାଇଛି। ଜାନୁୟାରୀ ପହିଲାରୁ ଏହା ଲାଗୁ ହୋଇଛି। ସେହିଭଳି ସାଧାରଣ ନାଗରିକଙ୍କ ଲାଗି ୧୮୦ରୁ ୨୭୦ ଦିନ ଅବଧି ଲାଗି ଏଫ୍ଡି ଉପରେ ସୁଧଦରକୁ ୫.୫%ରୁ ବଢ଼ାଇ ୬% କରିଦିଆଯାଇଛି। […] The post ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍ବିର ଭେଟି, ବଢ଼ାଇଲା FDରେ ସୁଧ ହାର appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ନୂଆବର୍ଷରେ ଗ୍ରାହକଙ୍କୁ ଭେଟି ଦେଇଛି। ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍ ଜମା(ଏଫ୍ଡି) ଉପରେ ସୁଧ ହାର ପରିବର୍ତ୍ତନ କରିଛି। ନିର୍ଦ୍ଧାରିତ ସମୟସୀମା ଲାଗି ଏଫ୍ଡିରେ ସୁଧହାରରେ ୪୫ ବେସିସ୍ ପଏଣ୍ଟ(ବିପିଏସ୍) ଯୋଡ଼ା ଯାଇଛି। ଜାନୁୟାରୀ ପହିଲାରୁ ଏହା ଲାଗୁ ହୋଇଛି। ସେହିଭଳି ସାଧାରଣ ନାଗରିକଙ୍କ ଲାଗି ୧୮୦ରୁ ୨୭୦ ଦିନ ଅବଧି ଲାଗି ଏଫ୍ଡି ଉପରେ ସୁଧଦରକୁ ୫.୫%ରୁ ବଢ଼ାଇ ୬% କରିଦିଆଯାଇଛି। ବ୍ୟାଙ୍କ ୨୭୧ ଦିନରୁ ୧ ବର୍ଷରୁ କମ୍ ଅବଧି ଲାଗି ଏଫ୍ଡି ଦର ୪୫ ବିପିଏସ୍ରୁ ବଢ଼ାଇ ୫.୮୦ରୁ ୬.୨୫% କରିଦିଆଯାଇଛି। ବ୍ୟାଙ୍କ ୪୦୦ ଦିନ ଅବଧିରେ ସୁଧହାରକୁ ୬.୮୦ରୁ ବଢ଼ାଇ ୭.୨୫% କରିଛି।
The post ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍ବିର ଭେଟି, ବଢ଼ାଇଲା FDରେ ସୁଧ ହାର appeared first on Dharitri Odia News.