ବିଜେଡିରେ ମିଶିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
ଭୁବନେଶ୍ୱର,୧୬।୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ। ବିଜୁ ଜନତା ଦଳ(ବିଜେଡି)ରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ଏହି ବିକାଶ ଧାରାକୁ ଦ୍ୱିଗୁଣିତ କରିବା ପାଇଁ ସେ ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ କହିଛନ୍ତି। ଅଂଶୁମାନ ହେଉଛନ୍ତି ରାଜନଗରର […] The post ବିଜେଡିରେ ମିଶିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି appeared first on Dharitri Odia News.
ଭୁବନେଶ୍ୱର,୧୬।୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ। ବିଜୁ ଜନତା ଦଳ(ବିଜେଡି)ରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ଏହି ବିକାଶ ଧାରାକୁ ଦ୍ୱିଗୁଣିତ କରିବା ପାଇଁ ସେ ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ କହିଛନ୍ତି।
ଅଂଶୁମାନ ହେଉଛନ୍ତି ରାଜନଗରର ୭ ଥରର ବିଧାୟକ ତଥା ଦୁଇ ଥର ମନ୍ତ୍ରୀ ହୋଇଥିବା ସ୍ବର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ। ୨୦୧୪ରେ ସେ ରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟ୍କା ଦେଇ ଦୁଇ ଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲା ସଭାପତି ପଦରୁ ଅଂଶୁମାନ ଇସ୍ତଫା ଦେଇଥିଲେ । ଏବେ ସେ ବିଜେଡିରେ ଯୋଗ ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
The post ବିଜେଡିରେ ମିଶିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି appeared first on Dharitri Odia News.