ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍‌

ନର୍ଥ କାରୋଲିନା,୩୦ା୯: ଆମେରିକାରେ ବାତ୍ୟା ହେଲେନ୍‌ ତାଣ୍ଡବ ରଚିଛି। ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ନର୍ଥ କାରୋଲିନାରେ ସର୍ବାଧିକ ୩୭ ଜଣ ପ୍ରାଣ ହରାଇଥିବା ବେଳେ ସାଉଥ୍‌ କାରୋଲିନାରେ ୨୭ଜଣଙ୍କ ଜୀବନ ଯାଇଛି। ଓ୍ବେଷ୍ଟର୍ନ ନର୍ଥ କାରେଲିନା ଅନ୍ତର୍ଗତ ବୁନ୍‌କୋମ୍ବେ କାଉଣ୍ଟିରେ ୩୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଛନ୍ତି। ବାତ୍ୟାବିପନ୍ନଙ୍କୁ ସହାୟତା ନିମନ୍ତେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଦାନ କରିବାକୁ ନର୍ଥ କାରୋଲିନା ଗଭର୍ନର ରୟ […] The post ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍‌ appeared first on Dharitri Odia News.

ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍‌

ନର୍ଥ କାରୋଲିନା,୩୦ା୯: ଆମେରିକାରେ ବାତ୍ୟା ହେଲେନ୍‌ ତାଣ୍ଡବ ରଚିଛି। ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ନର୍ଥ କାରୋଲିନାରେ ସର୍ବାଧିକ ୩୭ ଜଣ ପ୍ରାଣ ହରାଇଥିବା ବେଳେ ସାଉଥ୍‌ କାରୋଲିନାରେ ୨୭ଜଣଙ୍କ ଜୀବନ ଯାଇଛି।

ଓ୍ବେଷ୍ଟର୍ନ ନର୍ଥ କାରେଲିନା ଅନ୍ତର୍ଗତ ବୁନ୍‌କୋମ୍ବେ କାଉଣ୍ଟିରେ ୩୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଛନ୍ତି। ବାତ୍ୟାବିପନ୍ନଙ୍କୁ ସହାୟତା ନିମନ୍ତେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଦାନ କରିବାକୁ ନର୍ଥ କାରୋଲିନା ଗଭର୍ନର ରୟ କୁପର ଲୋକମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି।

ଶନିବାର ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ହେଲେନ୍‌ ନର୍ଥ ଓ ସାଉଥ୍‌ କାରୋଲିନା, ଜର୍ଜିଆ, ଟେନିସି ଏବଂ ଭିର୍ଜିନିଆ ଦେଇ ଅତିକ୍ରମ କରିଥିଲା। ଏଥିରେ ଅନେକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାସ୍ତା ଓ ବ୍ରିଜ୍‌ କ୍ଷତିଗ୍ରସ୍ତ ହେବାରୁ ଯାତାୟତ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ମୋବାଇଲ ଟାଓ୍ବାର ଭାଙ୍ଗିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବାରୁ ବହୁ ଅଞ୍ଚଳ ଅନ୍ଧକାରରେ ରହିଛି। ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁ ଫ୍ଲୋରିଡା ଏବଂ ଭିର୍ଜିନିଆରେ ବନ୍ୟା ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାକୁ ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କହିବା ସହ କ୍ଷତିଗ୍ରସ୍ତଙ୍କ ଉଦ୍ଧାର ଓ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାଜନିତ କ୍ଷୟକ୍ଷତି ପରିମାଣ ୧୫ରୁ ୧୦୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।

The post ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍‌ appeared first on Dharitri Odia News.