ଛାବାରେ ନଜର ଆସିବେ ରଶ୍ମିକା, କହିଲେ ଏହି ଫିଲ୍ମ କରି ମୁଁ ଗର୍ବିତ

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକା ଙ୍କ ଏକ ସ୍ବପ୍ନ ଥିଲା । ଯାହାକି ଛାବାରେ ପୂରଣ ହୋଇଛି । ଏଥିପାଇଁତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଛି । ଏପରିକି ତାଙ୍କୁ ୩ ରୁ ୪ ଘଣ୍ଟା ପ୍ରତେକ ଦିନ ଭାଷା ଶିଖିବାରେ ସମୟ କଟିଥିଲା । ରଶ୍ମିକା କହିଛନ୍ତି […] The post ଛାବାରେ ନଜର ଆସିବେ ରଶ୍ମିକା, କହିଲେ ଏହି ଫିଲ୍ମ କରି ମୁଁ ଗର୍ବିତ appeared first on KNews Odisha.

ଛାବାରେ ନଜର ଆସିବେ ରଶ୍ମିକା, କହିଲେ ଏହି ଫିଲ୍ମ କରି ମୁଁ ଗର୍ବିତ
chhaba

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକା ଙ୍କ ଏକ ସ୍ବପ୍ନ ଥିଲା । ଯାହାକି ଛାବାରେ ପୂରଣ ହୋଇଛି । ଏଥିପାଇଁତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଛି । ଏପରିକି ତାଙ୍କୁ ୩ ରୁ ୪ ଘଣ୍ଟା ପ୍ରତେକ ଦିନ ଭାଷା ଶିଖିବାରେ ସମୟ କଟିଥିଲା । ରଶ୍ମିକା କହିଛନ୍ତି ମୋର ଦିର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି ।

ଆମର ଇତିହାସ, ପରମ୍ପରା ଓ ଏୌତିହ ପରମ୍ପରା ମତେ ସବୁବେଳେ ଆକର୍ଷିତ କରିଥାଏ । ଛାବା ଭଳି ଫିଲ୍ମରେ କାମ କରିବା ମୋ ପାଇଁ ଏକ ସ୍ବପ୍ନ ପୂରଣ ହେବା ସହ ସମାନ । ମୁଁ ସବୁବେଳେ ନିଜକୁ ଏକ ରାଜ ଦରବାରରେ ଥିବା କୌଣସି ମହାରାଣୀଙ୍କ ରୂପରେ, ମହଲ ଭିତରେ ରହୁଥିବା ଏକ ଚମତ୍କାର ଡ୍ୟାନ୍ସ ଭିତରେ ଇତିହାସ ମଧ୍ୟରେ ନିଜକୁ ଦେଖିବାକୁ ସ୍ବପ୍ନ ଦେଖୁଥିଲେ । ଯେତେବେଳେ ଏହି ଅଫର ରଶ୍ମିକାଙ୍କ ପାଖକୁ ଆସିଥିଲା ସେହି ସମୟରେ ସେ ଅଧିକ ଉତ୍ସାହିତ ହୋଇଥିଲେ ।

ଯେତେବେଳେ ଲଷ୍ମଣ ଉତେକର ପ୍ରଥମେ ରଶ୍ମିକାଙ୍କୁ କାହାଣୀ ଶୁଣାଇବା ସମୟରେ କହିଥିଲେ ରଶ୍ମିକାଙ୍କୁ ସେ ମହାରାଷ୍ଟ୍ରୀୟ ରାଣୀ ଭାବରେ ଦେଖିବାକୁ ଇଛା କରୁଛନ୍ତି । ମୋ ଅଭିନୟ,ମୋ ରୂପ ସଜ୍ଜା,ଏହି ଚରିତ୍ରଟିକୁ ନିଖୁଣ ଭାବରେ ଅଭିନୟ କରିପାରିବି ବୋଲି କହିଥିଲେ ରଶ୍ମିକା । ଏହା ଏକ ଏଭଳି ଫିଲ୍ମ ଅଟେ ଯେଉଁଥି ପାଇଁ ଆପଣଙ୍କୁ ଗର୍ବ ଅନୁଭବ କରିପାରିବେ । ଏହା ଏତେ ଭଲ ହୋଇଛି ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ । ଏହି ଫିଲ୍ମର ସବୁଠାରୁ ବଡ ପ୍ରସ୍ତୁତି ଥିଲା ଭାଷା ଶିଖିବା ଥିଲା ଯେହେତୁ ହିନ୍ଦି ମୋର ମାତୃଭାଷା ନୁହେଁ ।

ଏହି ଭାଷା ମୋ ପାଇଁ ସ୍ବାଭାବିକ ନୁହେଁ । କିନ୍ତୁ ମୋ ଦର୍ଶକଙ୍କ ପାଇଁ ଏହା ଶିଖିବା ମୋର କର୍ତବ ଅଟେ । ଯେହେତୁ ଆପଣ ଏକ ରାଣୀଙ୍କ ଚରିତ୍ରରେ ଅଭିନୟ କରିବାକୁ ପଡିବ ତାହେଲେ ସବୁକିଛି ସଠିକ ଭାବରେ ଶିଖିବାକୁ ପଡିବ । ଯେପରିକି କହିବା,ଚାଲିବା,ଅନ୍ଦାଜ ଏସବୁରେ ସମୟ ଦେବାକୁ ପଡିବ । ଡାଇଲଗ ପାଇଁ ମୁଁ ସବୁଦିନ ୩ ଘଣ୍ଟାରୁ ୪ ଘଣ୍ଟା ସମୟ ଦେବାକୁ ପଡୁଥିଲା । ପ୍ରତିଟି ଶବ୍ଦ ପ୍ରତିଟି ବାକକୁ ମୁଁ ଏପରି ଶିଖୁଥିଲି ଯେପରି ଏହା ମୋର ନିଜ ଭାଷା ଅଟେ । ପ୍ରତେକ କଥା କହିବା ଭାବନା ସହ ଜଡିତ ରହିଥିଲା ବୋଲି କହିଛନ୍ତି ମନ୍ଦାନା ।

The post ଛାବାରେ ନଜର ଆସିବେ ରଶ୍ମିକା, କହିଲେ ଏହି ଫିଲ୍ମ କରି ମୁଁ ଗର୍ବିତ appeared first on KNews Odisha.