୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ହତ୍ୟା: ବନ୍ଦ କୋଠରୀରୁ ମିଳିଲା…

ବାଲେଶ୍ୱର,୩୦।୮(ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା  ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ଠାବ ହୋଇଛି। ୩ ଦିନହେଲା ନାବାଳିକା ଜଣକ ନିଖୋଜ ଥିଲେ। ଏକ ବନ୍ଦ ଭଙ୍ଗା କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବନ୍ଦ କୋଠରୀ ଭିତରୁ ନାବାଳିକାଙ୍କ ମୃତଦେହ ଜବତ କରିଛି।  ପରେ ଏହା ନିଖୋଜ ଥିବା ନାବାଳିକାଙ୍କ  ମୃତଦେହ  ବୋଲି ସ୍ପଷ୍ଟ କରିଛି। ଅନ୍ୟପକ୍ଷେ ପୋଲିସ ମୃତଦେହ ପାଖକୁ କାହାରିକୁ ଯିବାକୁ  ଦେଉନାହିଁ।  […] The post ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ହତ୍ୟା: ବନ୍ଦ କୋଠରୀରୁ ମିଳିଲା… appeared first on Dharitri Odia News.

୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ହତ୍ୟା: ବନ୍ଦ କୋଠରୀରୁ ମିଳିଲା…
ବାଲେଶ୍ୱର,୩୦।୮(ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା  ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ଠାବ ହୋଇଛି।
୩ ଦିନହେଲା ନାବାଳିକା ଜଣକ ନିଖୋଜ ଥିଲେ।
ଏକ ବନ୍ଦ ଭଙ୍ଗା କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବନ୍ଦ କୋଠରୀ ଭିତରୁ ନାବାଳିକାଙ୍କ ମୃତଦେହ ଜବତ କରିଛି।  ପରେ ଏହା ନିଖୋଜ ଥିବା ନାବାଳିକାଙ୍କ  ମୃତଦେହ  ବୋଲି ସ୍ପଷ୍ଟ କରିଛି।
ଅନ୍ୟପକ୍ଷେ ପୋଲିସ ମୃତଦେହ ପାଖକୁ କାହାରିକୁ ଯିବାକୁ  ଦେଉନାହିଁ।   ସାଇଣ୍ଟଫିକ୍‌ମ୍‌ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବ । ନଅ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା କରାଯାଇଥିବା  ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।   ଏ ନେଇ ପୋଲିସ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି। ଉକ୍ତ ଯୁବକଜଣଙ୍କ ସ୍ଥାନୀନ ଅଞ୍ଚଳର ହୋଇଥିବାବେଳେ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି।

The post ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ହତ୍ୟା: ବନ୍ଦ କୋଠରୀରୁ ମିଳିଲା… appeared first on Dharitri Odia News.