କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି

ଭୁବନେଶ୍ୱର,୨୬।୨: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ମନମୋହନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଯୋଗ ଦେଇଥିଲେ। BJP ସାଧାରଣ ସମ୍ପାଦକ ଏହି ବୈଠକରେ ଯୋଗଦେଇଥିଲେ। ଉକ୍ତ ବୈଠକରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ଚୂଡ଼ାନ୍ତ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ତେବେ କାହାକୁ ନିଗମ ଏବଂ ବୋର୍ଡ […] The post କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି appeared first on Dharitri Odia News.

କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି

ଭୁବନେଶ୍ୱର,୨୬।୨: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ମନମୋହନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଯୋଗ ଦେଇଥିଲେ। BJP ସାଧାରଣ ସମ୍ପାଦକ ଏହି ବୈଠକରେ ଯୋଗଦେଇଥିଲେ। ଉକ୍ତ ବୈଠକରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ଚୂଡ଼ାନ୍ତ ନେଇ ଆଲୋଚନା ହୋଇଥିବା ଜଣାପଡିଛି।

ତେବେ କାହାକୁ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ମିଳିବ ତାହା ଅଳ୍ପ କିଛିଦିନ ମଧ୍ୟରେ ଜଣାପଡିଯିବ। ୧୦୦ରୁ ଅଧିକ ପଦପଦବୀ ଖାଲିଥିବା ବେଳେ ଏହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ନିକଟରେ କହିଥିଲେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ଫେରିବା ପରେ ଘୋଷଣା ହେବ ନିଗମ ନିଷ୍ପତ୍ତି। ଆଉ ନିଯୁକ୍ତି ନେଇ ଲବି କାମ କରିବନି।

ନିଗମ, ବୋର୍ଡ, କମିଶନ ଓ ଜିଲା ପ୍ଲାନିଂ ବୋର୍ଡ, ଯେଉଁଥିରେଭାଜପା ନେତା ହେବେ ଥଇଥାନ। ହେଲେ କାହାକୁ ମିଳିବ କେଉଁ ପଦ? ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଭିନ୍ନ ନିଗମ ଏବଂ ବୋର୍ଡ ଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏହା ଭିତରେ ସରକାର ହେବାର ଆଠ ମାସ ବିତି ସାରିଲାଣି। ମାତ୍ର ନିଗମ, ବୋର୍ଡ, କମିଶନ, ଜିଲ୍ଲା ପ୍ଲାନିଂ ବୋର୍ଡର ପଦପଦବୀ ଖାଲି ପଡ଼ିଛି। ଏବେ ୩୪ରୁ ଅଧିକ ନିଗମ ଏବଂ ୨୦ରୁ ଅଧିକ ବୋର୍ଡ ଅଧ୍ୟକ୍ଷ ପଦ ଖାଲି ରହିଛି। ତାହା ସହିତ ଉପଦେଷ୍ଟା ଏବଂ ଉପାଧ୍ୟକ୍ଷ ପଦଗୁଡ଼ିକ ମଧ୍ୟ ଖାଲି ରହିଛି। ୧୦୦ରୁ ଅଧିକ ପଦପଦବୀ ଖାଲିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହଥିଲେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଗମ,ବୋର୍ଡ କମିସନ ନିଯୁକ୍ତି ନେଇ ନିଷ୍ପତ୍ତି ହେବ। ଏବଂ ଫେବୃଆରୀ ଶେଷ ସୁଦ୍ଧା ହୋଇପାରେ ନୂଆ ଘୋଷଣା। ହେଲେ ନିଯୁକ୍ତି ନେଇ କୌଣସି ଲବି କାମ ଦେବ ନାହିଁ।

The post କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି appeared first on Dharitri Odia News.