ଟ୍ରମ୍ପଙ୍କୁ ପ୍ରଶ୍ନ କରିବା ଏବେ ସହଜ ନୁହେଁ, ଗଣମାଧ୍ୟମ ନୀତି ବଦଳାଇଲା ହ୍ୱାଇଟ୍ ହାଉସ୍

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ ମଙ୍ଗଳବାର ଗଣମାଧ୍ୟମ ନିୟମ ପରିବର୍ତ୍ତନ କରି ଏକ ନୂତନ ନୀତି ଘୋଷଣା କରିଛି । ଏହି ଘୋଷଣା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂଗଠନଗୁଡ଼ିକୁ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହି ନୀତି ଦ୍ୱାରା ବିଶେଷ ଭାବେ ସେହି ସବୁ ନ୍ୟୁଜ୍ ଏଜେନ୍ସି ପ୍ରଭାବିତ ହେବେ, ଯେଉଁମାନେ ସାରା ଦୁନିଆର ମିଡିଆ ସଂଗଠନକୁ ସେବା ପ୍ରଦାନ କରନ୍ତି । ମିଡିଆ କଭରେଜ୍ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନର ଏକ ପ୍ରୟାସ । ମୁକ୍ତ ସାମ୍ବାଦିକତା ଏବଂ ବ୍ୟକ୍ତି ସ୍ୱାଧୀନତାକୁ ଏହା ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।ନୂତନ ନୀତି ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କିଏ-କିଏ ପ୍ରଶ୍ନ ପଚାରିପାରିବେ ତାର ନିଷ୍ପତ୍ତି ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ନେବେ । ଏହି ନିୟମ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସ୍, ପ୍ରେସ୍ ବ୍ରିଫିଙ୍ଗ୍ ରୁମ୍ ଏବଂ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ 'ଏୟାର ଫୋର୍ସ ୱାନ୍' ପାଇଁ ମଧ୍ୟ ଲାଗୁ ହେବ । ପ୍ରଶାସନର ଦୃଷ୍ଟିକୋଣକୁ ବିକୃତ ନକରିବା ପାଇଁ ଏବଂ କେବଳ ଦାୟିତ୍ୱବାନ ସାମ୍ବାଦିକମାନଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ହ୍ୱାଇଟ୍ ହାଉସ୍ କହିଛି ।ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଆସୋସିଏଟେଡ୍ ପ୍ରେ

ଟ୍ରମ୍ପଙ୍କୁ ପ୍ରଶ୍ନ କରିବା ଏବେ ସହଜ ନୁହେଁ, ଗଣମାଧ୍ୟମ ନୀତି ବଦଳାଇଲା ହ୍ୱାଇଟ୍ ହାଉସ୍

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ ମଙ୍ଗଳବାର ଗଣମାଧ୍ୟମ ନିୟମ ପରିବର୍ତ୍ତନ କରି ଏକ ନୂତନ ନୀତି ଘୋଷଣା କରିଛି । ଏହି ଘୋଷଣା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂଗଠନଗୁଡ଼ିକୁ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହି ନୀତି ଦ୍ୱାରା ବିଶେଷ ଭାବେ ସେହି ସବୁ ନ୍ୟୁଜ୍ ଏଜେନ୍ସି ପ୍ରଭାବିତ ହେବେ, ଯେଉଁମାନେ ସାରା ଦୁନିଆର ମିଡିଆ ସଂଗଠନକୁ ସେବା ପ୍ରଦାନ କରନ୍ତି । ମିଡିଆ କଭରେଜ୍ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନର ଏକ ପ୍ରୟାସ । ମୁକ୍ତ ସାମ୍ବାଦିକତା ଏବଂ ବ୍ୟକ୍ତି ସ୍ୱାଧୀନତାକୁ ଏହା ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ନୂତନ ନୀତି ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କିଏ-କିଏ ପ୍ରଶ୍ନ ପଚାରିପାରିବେ ତାର ନିଷ୍ପତ୍ତି ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ନେବେ । ଏହି ନିୟମ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସ୍, ପ୍ରେସ୍ ବ୍ରିଫିଙ୍ଗ୍ ରୁମ୍ ଏବଂ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ 'ଏୟାର ଫୋର୍ସ ୱାନ୍' ପାଇଁ ମଧ୍ୟ ଲାଗୁ ହେବ । ପ୍ରଶାସନର ଦୃଷ୍ଟିକୋଣକୁ ବିକୃତ ନକରିବା ପାଇଁ ଏବଂ କେବଳ ଦାୟିତ୍ୱବାନ ସାମ୍ବାଦିକମାନଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ହ୍ୱାଇଟ୍ ହାଉସ୍ କହିଛି ।

ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଆସୋସିଏଟେଡ୍ ପ୍ରେସ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ନ୍ୟୁଜ୍ ଏଜେନ୍ସିଗୁଡ଼ିକ ମତରେ ଏହି ନୀତି ସାମ୍ବାଦିକ ସ୍ୱାଧୀନତାର ମୂଳ ନୀତି ବିରୁଦ୍ଧରେ ଯାଉଛି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଟ୍ରମ୍ପ ପ୍ରଶାସନ ଉପରେ ମିଡିଆର ସ୍ୱାଧୀନତାରେ ହସ୍ତକ୍ଷେପ କରିବାର ଅଭିଯୋଗ ଆସିଛି । ପୂର୍ବରୁ ଏକ ମାମଲାରେ, କୋର୍ଟ କହିଥିଲେ ଯେ ହ୍ୱାଇଟ୍ ହାଉସ୍ ଆସୋସିଏଟେଡ୍ ପ୍ରେସର ବାକ୍ ସ୍ୱାଧୀନତାକୁ ଉଲ୍ଲଂଘନ କରିଛି ।

ବିଶେଷଜ୍ଞଙ୍କ ମତରେ ଏହି ନୀତି ବିଶ୍ୱବ୍ୟାପୀ ଖବର ପ୍ରସାରଣକୁ ପ୍ରଭାବିତ କରିବ, କାରଣ ଏଜେନ୍ସିଗୁଡ଼ିକ ବିଶ୍ୱର ଲକ୍ଷ ଲକ୍ଷ ପାଠକଙ୍କୁ ଖବର ଯୋଗାଇଥାନ୍ତି । ସେମାନଙ୍କ ଉପରେ ଅଙ୍କୁଶ ଲଗାଇଲେ, ଲୋକଙ୍କୁ ନିରପେକ୍ଷ ଏବଂ ସଠିକ୍ ସୂଚନା ଯୋଗାଣରେ ବାଧା ସୃଷ୍ଟି କରିବ । ଏହା କେବଳ ଆମେରିକା ଭିତରେ ନୁହେଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗଣମାଧ୍ୟମର ସ୍ୱାଧୀନତାକୁ ପ୍ରଭାବିତ କରିବ।