ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

ବୋକାରୋ,୩୧।୧୦: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୬୬ଟି ଦୋକାନ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଖେଳିଯାଇଥିଲା। ମିଳଥିବା ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିବା ପରେ ୪ ଦମକଳ […] The post ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ appeared first on Dharitri Odia News.

ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

ବୋକାରୋ,୩୧।୧୦: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୬୬ଟି ଦୋକାନ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଖେଳିଯାଇଥିଲା। ମିଳଥିବା ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିବା ପରେ ୪ ଦମକଳ ଗାଡ଼ି ସେଠାର ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

The post ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ appeared first on Dharitri Odia News.