ଗୁରୁଜୀ ମୁଣ୍ଡା ନିକଟ ଜଙ୍ଗଲରୁ ମିଳିଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ
ବଘିଆପଡ଼ା,୧୦।୧୨(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଟିକରପଦା ପଞ୍ଜୟତର ଗୁରୁଜୀମୁଣ୍ଡା ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁଜୀମୁଣ୍ଡା ଗ୍ରାମ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହଟି ଗୁରୁଜୀ ମୁଣ୍ଡା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିବା ନିକଟସ୍ଥ ବିରିଗଡ ଗ୍ରାମର ବିପିନ ମାଝୀଙ୍କ ପୁଅ ରୁଧୀର ମାଝୀଙ୍କ ବୋଲି ଚିହ୍ନଟ ହୋଇଛି। ମୃତ୍ୟୁର କାରଣ […] The post ଗୁରୁଜୀ ମୁଣ୍ଡା ନିକଟ ଜଙ୍ଗଲରୁ ମିଳିଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ appeared first on Dharitri Odia News.
ବଘିଆପଡ଼ା,୧୦।୧୨(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଟିକରପଦା ପଞ୍ଜୟତର ଗୁରୁଜୀମୁଣ୍ଡା ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁଜୀମୁଣ୍ଡା ଗ୍ରାମ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହଟି ଗୁରୁଜୀ ମୁଣ୍ଡା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିବା ନିକଟସ୍ଥ ବିରିଗଡ ଗ୍ରାମର ବିପିନ ମାଝୀଙ୍କ ପୁଅ ରୁଧୀର ମାଝୀଙ୍କ ବୋଲି ଚିହ୍ନଟ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ ତାର ବିଛାଇ ବନ୍ୟ ଜନ୍ତୁ ଶିକାର ବେଳେ ଗତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବରପାଇ ବଘିଆ ପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ଗୁରୁଜୀ ମୁଣ୍ଡା ନିକଟ ଜଙ୍ଗଲରୁ ମିଳିଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ appeared first on Dharitri Odia News.