ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର ରିପୋର୍ଟ କାର୍ଡ ରଖିବେ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳୀୟ ବିଧାୟକ,ଏମ୍ପି ଓ ମନ୍ତ୍ରୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ ବୋଲି ଜଣାପଡିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବୁଧବାର ପୂର୍ବାହ୍ନରେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ […] The post ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର appeared first on Dharitri Odia News.
ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର ରିପୋର୍ଟ କାର୍ଡ ରଖିବେ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳୀୟ ବିଧାୟକ,ଏମ୍ପି ଓ ମନ୍ତ୍ରୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ ବୋଲି ଜଣାପଡିଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବୁଧବାର ପୂର୍ବାହ୍ନରେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ମୁଖ୍ୟ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ ପ୍ରମୁଖ ଯାଇ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତି ଯାଞ୍ଚ କରିଛନ୍ତି ।
The post ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର appeared first on Dharitri Odia News.