ନବୀନ ନିବାସରେ ଅରୁଣ ପଟ୍ଟନାୟକ, ହେବେ କି ନବୀନଙ୍କ ଉତ୍ତରାଧିକାରୀ, ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୮।୬: ବିଜେଡିର ଶୋଚନୀୟ ପରାଜୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ଆସିଛନ୍ତି। ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ସୂଚନା ଅନୁସାରେ, ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଶୁକ୍ରବାର […] The post ନବୀନ ନିବାସରେ ଅରୁଣ ପଟ୍ଟନାୟକ, ହେବେ କି ନବୀନଙ୍କ ଉତ୍ତରାଧିକାରୀ, ବଢୁଛି ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର,୮।୬: ବିଜେଡିର ଶୋଚନୀୟ ପରାଜୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ଆସିଛନ୍ତି। ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ସୂଚନା ଅନୁସାରେ, ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଶୁକ୍ରବାର ସାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଏକା ନୁହନ୍ତି କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ତାଙ୍କ ସହ ଆସିଛନ୍ତି। ଉଭୟଙ୍କ ଆସିବାକୁ ନେଇ ଏବେ ଚର୍ଚ୍ଚା। ଅନ୍ୟପଟେ, ବିଜେଡିର ପରାଜୟକୁ ନେଇ ପାଣ୍ଡିଆନ୍ଙ୍କୁ ଦାୟୀ କରାଯାଉଛି। ଦଳର ଏଭଳି ପ୍ରଦର୍ଶନ ପରେ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ସିଧାସଳଖ ଦଳର ବିଧାୟକ ଓ ପରାଜିତ ପ୍ରାର୍ଥୀ ଓ ଅନ୍ୟମାନଙ୍କୁ ସିଧାସଳଖ ଭେଟୁଛନ୍ତି ।
The post ନବୀନ ନିବାସରେ ଅରୁଣ ପଟ୍ଟନାୟକ, ହେବେ କି ନବୀନଙ୍କ ଉତ୍ତରାଧିକାରୀ, ବଢୁଛି ଚର୍ଚ୍ଚା appeared first on Dharitri Odia News.