୧୯ ଯାଏ ପ୍ରବଳ ବର୍ଷିବ: ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ,ୟୋଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୩ା୬(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଥିବାବେଳେ ୧୯ ତାରିଖଯାଏ ଏହା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଶୁକ୍ରବାର ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଆଦି ୪ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ତେଣୁ ଏହିସବୁ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ବିଜୁଳି […] The post ୧୯ ଯାଏ ପ୍ରବଳ ବର୍ଷିବ: ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ,ୟୋଲୋ ଓ୍ବାର୍ନିଂ ଜାରି appeared first on Dharitri Odia News.
ଭୁବନେଶ୍ୱର,୧୩ା୬(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଥିବାବେଳେ ୧୯ ତାରିଖଯାଏ ଏହା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଶୁକ୍ରବାର ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଆଦି ୪ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ତେଣୁ ଏହିସବୁ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ବିଜୁଳି ଓ ଘଡ଼ଘଡ଼ି ନେଇ ୨୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ଝଡ଼ବର୍ଷା ଫଳରେ ଆସନ୍ତା ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗୁରୁବାର ଭୁବନେଶ୍ୱରରେ ସର୍ବାଧିକ ୧୨.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଚାନ୍ଦବାଲିରେ ୧୨.୦, ବଲାଙ୍ଗୀରରେ ୫.୬ ଏବଂ ଗୋପାଳପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ୫.୦ ମିମି ଲେଖାଏ ବର୍ଷା ହୋଇଛି।
The post ୧୯ ଯାଏ ପ୍ରବଳ ବର୍ଷିବ: ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ,ୟୋଲୋ ଓ୍ବାର୍ନିଂ ଜାରି appeared first on Dharitri Odia News.