ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୬ା୨: ଆଜି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ଉଠିଛି ମହାଦୀପ।  ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ସାମାନ୍ୟ ବିଳମ୍ବ ହୋଇଥିଲା  ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ପ୍ରଭୁଙ୍କ ଦର୍ଶନ କରିଥିବାବେଳେ ସନ୍ଧ୍ୟାରୁ ବସି ଦୀପ ଜାଳିଥିବା ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କର ଏହି ଦିବ୍ୟ ମହାଦୀପ ଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଆଜି ଲିଙ୍ଗରାଜ ମନ୍ଦିରରେ […] The post ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ appeared first on Dharitri Odia News.

ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୬ା୨: ଆଜି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ଉଠିଛି ମହାଦୀପ।  ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ସାମାନ୍ୟ ବିଳମ୍ବ ହୋଇଥିଲା  ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ପ୍ରଭୁଙ୍କ ଦର୍ଶନ କରିଥିବାବେଳେ ସନ୍ଧ୍ୟାରୁ ବସି ଦୀପ ଜାଳିଥିବା ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କର ଏହି ଦିବ୍ୟ ମହାଦୀପ ଦର୍ଶନ କରିଛନ୍ତି।

Image

ଅନ୍ୟପକ୍ଷରେ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ଅଘଟଣ ଘଟିଛି। ଜଣେ ସେବାୟତ ମହାଦୀପ ଉଠିବା ସମୟରେ ମନ୍ଦିର ଚୂଡ଼ାକୁ ଚଢୁଥିବାବେଳେ ଖସିପଡ଼ିଥିଲେ। ତେବେ ସେ ଆହତ ହୋଇଥିବା ସୂଚନା ମିଳିଛି।

The post ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ appeared first on Dharitri Odia News.