ମାଟି ଅତଡ଼ା ଉପରକୁ ମାଡ଼ିଗଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ

ଭଦ୍ରକ ୩।୧: ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀ ବସ୍ ମାଟି ଅତଡ଼ା ଉପକୁ ମାଡ଼ିଆସିଥିଲା ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋର ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ୟୁପିରୁ ଆସୁଥିବା ତୀର୍ଥଯାତ୍ରୀ ବସ୍‌ଟି ଡ଼ାଇଭର୍ସନ ଠାରେ ମାଟି ଅତଡ଼ା ଉପରକୁ ମାଡି ଆସିଥିଲା । ସୌଭାଗ୍ୟ ବଶତଃ ଏହି ବସ୍‌ରେ ଥିବା ୬୦ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେଥିମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ପ୍ରଶାସନ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକତ୍ସା କରାଯାଉଛି । ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି, ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପିଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଭଦ୍ରକ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ଅନ୍ୟ ଏକ ବସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।You Can Read:ବ୍ରେକ୍‌ ଫେଲ୍ ହୋଇ ଓଲଟିଲା ଟ୍ରକ୍, ଡ୍ରାଇଭର ଓ ହେଲପର ଆହତ 

ମାଟି ଅତଡ଼ା ଉପରକୁ ମାଡ଼ିଗଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ

ଭଦ୍ରକ ୩।୧: ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀ ବସ୍ ମାଟି ଅତଡ଼ା ଉପକୁ ମାଡ଼ିଆସିଥିଲା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋର ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ୟୁପିରୁ ଆସୁଥିବା ତୀର୍ଥଯାତ୍ରୀ ବସ୍‌ଟି ଡ଼ାଇଭର୍ସନ ଠାରେ ମାଟି ଅତଡ଼ା ଉପରକୁ ମାଡି ଆସିଥିଲା । ସୌଭାଗ୍ୟ ବଶତଃ ଏହି ବସ୍‌ରେ ଥିବା ୬୦ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେଥିମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ପ୍ରଶାସନ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକତ୍ସା କରାଯାଉଛି । ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି, ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପିଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଭଦ୍ରକ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ଅନ୍ୟ ଏକ ବସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

You Can Read:

ବ୍ରେକ୍‌ ଫେଲ୍ ହୋଇ ଓଲଟିଲା ଟ୍ରକ୍, ଡ୍ରାଇଭର ଓ ହେଲପର ଆହତ