ବିଜେପି କେଜରିୱାଲ୍‌ଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି: ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲ୍‌ଙ୍କୁ ଜେଲ୍‌ରେ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ବିଜେପି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଖେଳୁଛି। ଡାକ୍ତର ରିପୋର୍ଟ ଅନୁସାରେ ତାଙ୍କ ସହ କେତେ ବେଳେ ବି କିଛି ଘଟିପାରେ ବୋଲି ଶ୍ରୀ ସିଂହ କହିଛନ୍ତି। ସଞ୍ଜୟ ସିଂହ କହିଛନ୍ତି “ବିଜେପି କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଖେଳୁଛି। ପ୍ରଥମେ ସେମାନେ କହିଲେ ଯେ କେଜରିୱାଲ୍ ଜାଣିଶୁଣି ତାଙ୍କ ସୁଗାର ଲେବଲ ବଢ଼ାଇବା ମିଠା ଖାଉଛନ୍ତି। ହେଲେ ଏବେ କହୁଛନ୍ତି କେଜରିୱାଲ ଖାଦ୍ୟ ଖାଉ ନାହାନ୍ତି। ନିଜ ଜୀବନକୁ ବିପଦରେ ପକାଇବା ପାଇଁ ଜଣେ କାହିଁକି ଏପରି କରିବ?”ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କ ବୟାନ କେଜରିୱାଲ ଜାଣିଶୁଣି ନିଜକୁ ଅସୁସ୍ଥ କରୁଛନ୍ତିକୁ ଆପ ସମାଲୋଚନା କରିଛି। ଏଥିସହିତ କେଜରିୱାଲ୍‌ଙ୍କୁ ହତ୍ୟା କରିବାକୁ ବିଜେପି ଏକ ନିଚ ଚକ୍ରାନ୍ତ କରୁଛି ବୋଲି ସଞ୍ଜୟ ସିଂହ କହିଛନ୍ତି। 

ବିଜେପି କେଜରିୱାଲ୍‌ଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି: ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲ୍‌ଙ୍କୁ ଜେଲ୍‌ରେ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ବିଜେପି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଖେଳୁଛି। ଡାକ୍ତର ରିପୋର୍ଟ ଅନୁସାରେ ତାଙ୍କ ସହ କେତେ ବେଳେ ବି କିଛି ଘଟିପାରେ ବୋଲି ଶ୍ରୀ ସିଂହ କହିଛନ୍ତି। 

ସଞ୍ଜୟ ସିଂହ କହିଛନ୍ତି “ବିଜେପି କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଖେଳୁଛି। ପ୍ରଥମେ ସେମାନେ କହିଲେ ଯେ କେଜରିୱାଲ୍ ଜାଣିଶୁଣି ତାଙ୍କ ସୁଗାର ଲେବଲ ବଢ଼ାଇବା ମିଠା ଖାଉଛନ୍ତି। ହେଲେ ଏବେ କହୁଛନ୍ତି କେଜରିୱାଲ ଖାଦ୍ୟ ଖାଉ ନାହାନ୍ତି। ନିଜ ଜୀବନକୁ ବିପଦରେ ପକାଇବା ପାଇଁ ଜଣେ କାହିଁକି ଏପରି କରିବ?”

ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କ ବୟାନ କେଜରିୱାଲ ଜାଣିଶୁଣି ନିଜକୁ ଅସୁସ୍ଥ କରୁଛନ୍ତିକୁ ଆପ ସମାଲୋଚନା କରିଛି। ଏଥିସହିତ କେଜରିୱାଲ୍‌ଙ୍କୁ ହତ୍ୟା କରିବାକୁ ବିଜେପି ଏକ ନିଚ ଚକ୍ରାନ୍ତ କରୁଛି ବୋଲି ସଞ୍ଜୟ ସିଂହ କହିଛନ୍ତି।