ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତର ବିଶ୍ବ ରେକର୍ଡ; ହ୍ୟାଟ୍ରିକ୍ ଟାଇଟଲ୍ ଜିତିଲା ମହିଳା କମ୍ପାଉଣ୍ଡ୍‌ ଦଳ

ନୂଆଦିଲ୍ଲୀ, ୨୬/୫: କୋରିଆରେ  ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତୀୟ ମହିଳା କମ୍ପାଉଣ୍ଡ୍‌ ଦଳର ବିଜୟ । ଜ୍ୟୋତି ସୁରେଖା ଭେନାମ,  ପରନୀତ କୌର ଓ ଅଦିତି ଗୋପିଚାନ୍ଦ ସ୍ୱାମୀଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ମହିଳା ଦଳ ବିଶ୍ୱକପ୍‌ରେ କ୍ରମାନ୍ୱୟରେ ତୃତୀୟ ଥର ଟାଇଟଲ୍‌ ବଜାୟ ରଖି ଐତିହାସିକ ରେକର୍ଡ କରିଛି । ଅନ୍ୟ ପଟରେ  କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଜ୍ୟୋତି  ଓ ପ୍ରିୟାଂଶ ଯୋଡ଼ି ଫାଇନାଲ୍‌ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ମହିଳା କମ୍ପାଉଣ୍ଡ୍‌ ଟିମ୍‌ ଇଭେଣ୍ଟ ଫାଇନାଲ୍‌ରେ ଭାରତ ୨୩୨-୨୨୬ ପଏଣ୍ଟରେ ତୁର୍କୀ ଦଳକୁ   ପରାସ୍ତ କରିଥିଲା । ମହିଳା ଦଳ ପୂର୍ଣ୍ଣ ଆଧିପତ୍ୟ ବଜାୟ ରଖିବା ସହ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଗତ ବିଶ୍ୱକପ୍‌ ଷ୍ଟେଜ୍‌-୧ ଏବଂ   ୨୦୨୩ ବିଶ୍ୱକପ୍‌ ଷ୍ଟେଜ୍‌-୪ ରେ ମଧ୍ୟ   ମହିଳା ଦଳ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ ।  ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା  ଦଳ କ୍ରମାନ୍ୱୟରେ ୬ଟି ସ୍ୱର୍ଣ୍ଣ ପଦକ ଜିତିବାରେ  ସଫଳ ପାଇଛି । ବିଶ୍ୱ ମାନ୍ୟତା ତାଲିକାରେ  ଦଳ ଏକ ନମ୍ବର ସ୍ଥାନରେ ରହିଛି । ଭାରତର ସବୁଠୁ ସଫଳ ତୀରନ୍ଦାଜ ଭାବେ ପ୍ରମାଣିତ  କରିଥିବା ଜ୍ୟୋତିଙ୍କର ଏହା ଅଷ୍ଟମ ବିଶ୍ୱକପ୍‌  ସ୍ୱର୍ଣ୍ଣ ପଦକ ରହିଥିଲା । ଗତ ୩ବର୍ଷ ମଧ୍ୟରେ ସେ ସମସ୍ତ ପଦକ ଜିତିଛନ୍ତି । ବିଶ୍ୱକପ୍‌ରେ ଜ୍ୟୋତି  ଇତିମଧ୍ୟରେ ୧

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତର ବିଶ୍ବ ରେକର୍ଡ; ହ୍ୟାଟ୍ରିକ୍ ଟାଇଟଲ୍ ଜିତିଲା ମହିଳା କମ୍ପାଉଣ୍ଡ୍‌ ଦଳ

ନୂଆଦିଲ୍ଲୀ, ୨୬/୫: କୋରିଆରେ  ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତୀୟ ମହିଳା କମ୍ପାଉଣ୍ଡ୍‌ ଦଳର ବିଜୟ । ଜ୍ୟୋତି ସୁରେଖା ଭେନାମ,  ପରନୀତ କୌର ଓ ଅଦିତି ଗୋପିଚାନ୍ଦ ସ୍ୱାମୀଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ମହିଳା ଦଳ ବିଶ୍ୱକପ୍‌ରେ କ୍ରମାନ୍ୱୟରେ ତୃତୀୟ ଥର ଟାଇଟଲ୍‌ ବଜାୟ ରଖି ଐତିହାସିକ ରେକର୍ଡ କରିଛି । ଅନ୍ୟ ପଟରେ  କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଜ୍ୟୋତି  ଓ ପ୍ରିୟାଂଶ ଯୋଡ଼ି ଫାଇନାଲ୍‌ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । 

ମହିଳା କମ୍ପାଉଣ୍ଡ୍‌ ଟିମ୍‌ ଇଭେଣ୍ଟ ଫାଇନାଲ୍‌ରେ ଭାରତ ୨୩୨-୨୨୬ ପଏଣ୍ଟରେ ତୁର୍କୀ ଦଳକୁ   ପରାସ୍ତ କରିଥିଲା । ମହିଳା ଦଳ ପୂର୍ଣ୍ଣ ଆଧିପତ୍ୟ ବଜାୟ ରଖିବା ସହ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଗତ ବିଶ୍ୱକପ୍‌ ଷ୍ଟେଜ୍‌-୧ ଏବଂ   ୨୦୨୩ ବିଶ୍ୱକପ୍‌ ଷ୍ଟେଜ୍‌-୪ ରେ ମଧ୍ୟ   ମହିଳା ଦଳ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ ।  ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା  ଦଳ କ୍ରମାନ୍ୱୟରେ ୬ଟି ସ୍ୱର୍ଣ୍ଣ ପଦକ ଜିତିବାରେ  ସଫଳ ପାଇଛି । ବିଶ୍ୱ ମାନ୍ୟତା ତାଲିକାରେ  ଦଳ ଏକ ନମ୍ବର ସ୍ଥାନରେ ରହିଛି । ଭାରତର ସବୁଠୁ ସଫଳ ତୀରନ୍ଦାଜ ଭାବେ ପ୍ରମାଣିତ  କରିଥିବା ଜ୍ୟୋତିଙ୍କର ଏହା ଅଷ୍ଟମ ବିଶ୍ୱକପ୍‌  ସ୍ୱର୍ଣ୍ଣ ପଦକ ରହିଥିଲା । ଗତ ୩ବର୍ଷ ମଧ୍ୟରେ ସେ ସମସ୍ତ ପଦକ ଜିତିଛନ୍ତି । ବିଶ୍ୱକପ୍‌ରେ ଜ୍ୟୋତି  ଇତିମଧ୍ୟରେ ୧୯ଟି ପଦକ ଜିତି ସାରିଲେଣି । କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଫାଇନାଲ୍‌ରେ ଜ୍ୟୋତି  ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ପ୍ରିୟାଂଶଙ୍କୁ ସାଥି କରି ଖେଳିଥିବା ଜ୍ୟୋତି ଫାଇନାଲ୍‌ରେ୧୫୩-୧୫୫ରେ ଆମେରିକୀୟ ଯୋଡ଼ିଙ୍କ ନିକଟରୁ ହାରି ରୌପ୍ୟରେ ସନ୍ତୁଷ୍ଟ  ହୋଇଥିଲେ । ଗତ ବିଶ୍ୱକପ୍‌ ଷ୍ଟେଜ୍‌-୧ର ସାଙ୍ଘାଇରେ ସେ ଅଭିଷେକ ବର୍ମାଙ୍କୁ  ସାଥୀ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।