ଅପରେସନ ସିନ୍ଦୂରରେ ଭାରତ ହରାଇଛି କେତୋଟି ବିମାନ? ଏବେ ପର୍ଦ୍ଦା ଉଠାଇଲା ରାଫେଲ କମ୍ପାନୀ
ନୂଆଦିଲ୍ଲୀ ୧୫।୬: ବିଶ୍ୱସ୍ତରୀୟ ଲଢୁଆ ବିମାନ ରାଫେଲ ଜେଟସ୍ ର ନିର୍ମାତା ଫ୍ରାନ୍ସର ଡାସଲ୍ଟ ପାକିସ୍ତାନ କରୁଥିବା ଦାବିକୁ ମିଥ୍ୟା ବୋଲି କହିଛି। ଅପରେସନ ସିନ୍ଦୂର କାଳରେ ପଡୋଶୀ ଦେଶ ଭାରତର ରାଫେଲ ବିମାନ ପକାଇ ଦେଇଥିବାର ଦାବି କରିଥିଲା। ଡାସଲ୍ଟ ସ୍ପଷ୍ଟ କରିଛି ଯେ ପାକ୍ ଏୟାରଫୋର୍ସ ପକ୍ଷରୁ ବିମାନ ଖସାଇ ଦିଆଯିବା ନେଇ କରାଯାଉଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ଏଥିପାଇଁ ଯେ ରାଫେଲ ନଷ୍ଟ ହେବାର ପ୍ରମାଣ ନା ତ ଭାରତ ସରକାରଙ୍କ ନିକଟରେ ରହିଛି ନା ଡାସଲ୍ଟ ପାଖରେ। ଭାରତ ସରକାର ମଧ୍ୟ ଏ ନେଇ କୌଣସି ପ୍ରକାର ଅଧିକାରୀକ ସୂଚନା ଦେଇ ନାହାନ୍ତି। ଡାସଲ୍ଟ ସ୍ପଷ୍ଟ କରିଛି ଯେ କୌଣସି ପ୍ରକାରର କ୍ଷତି ପୁଷ୍ଟି ନିମନ୍ତେ ମଜଭୁତ ପ୍ରମାଣ ଥିବା ଜରୁରି। ହେଲେ ଏହି ମାମଲାରେ ଏପରି କିଛି ପ୍ରମାଣ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସୋସିଆଲ ମିଡିଆ ସୂତ୍ରରୁ ସାରା ବିଶ୍ୱରେ ଗୁଜବ ରଟାଇଥିଲା ଯେ ତା ବାୟୁସେନା ଜବାବୀ କାର୍ଯ୍ୟାନୁଷ୍ଠାନରେ ଭାରତର ୬ଟି ଲଢୁଆ ବିମାନ ପକାଇ ଦେଇଛି। ଏ ନେଇ ଯେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରମାଣ ମାଗିଲେ ସେତେବେଳେ ପାକିସ୍ତାନ ସୋସିଆଲ ମିଡିଆ ସୂତ୍ରରୁ ଖବର ଆସୁଥିବାର କହିଥିଲା। କେବଳ ଏତିକି ନୁହେଁ ଭାରତର ଆକ୍ରମଣରେ ଥରହର ପାକିସ୍ତାନ ଯୁଦ୍ଧବିରାମ ପରେ ବିଜୟ ଉତ୍ସବ ମଧ୍ୟ ପାଳନ କରିଥିଲା। ନିଜର ମିଥ୍ୟା ଦାବିକୁ ମଜଭୁତ କରିବା ପାଇଁ ପାକିସ୍ତାନ ଆର୍
ନୂଆଦିଲ୍ଲୀ ୧୫।୬: ବିଶ୍ୱସ୍ତରୀୟ ଲଢୁଆ ବିମାନ ରାଫେଲ ଜେଟସ୍ ର ନିର୍ମାତା ଫ୍ରାନ୍ସର ଡାସଲ୍ଟ ପାକିସ୍ତାନ କରୁଥିବା ଦାବିକୁ ମିଥ୍ୟା ବୋଲି କହିଛି। ଅପରେସନ ସିନ୍ଦୂର କାଳରେ ପଡୋଶୀ ଦେଶ ଭାରତର ରାଫେଲ ବିମାନ ପକାଇ ଦେଇଥିବାର ଦାବି କରିଥିଲା। ଡାସଲ୍ଟ ସ୍ପଷ୍ଟ କରିଛି ଯେ ପାକ୍ ଏୟାରଫୋର୍ସ ପକ୍ଷରୁ ବିମାନ ଖସାଇ ଦିଆଯିବା ନେଇ କରାଯାଉଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ଏଥିପାଇଁ ଯେ ରାଫେଲ ନଷ୍ଟ ହେବାର ପ୍ରମାଣ ନା ତ ଭାରତ ସରକାରଙ୍କ ନିକଟରେ ରହିଛି ନା ଡାସଲ୍ଟ ପାଖରେ।
ଭାରତ ସରକାର ମଧ୍ୟ ଏ ନେଇ କୌଣସି ପ୍ରକାର ଅଧିକାରୀକ ସୂଚନା ଦେଇ ନାହାନ୍ତି। ଡାସଲ୍ଟ ସ୍ପଷ୍ଟ କରିଛି ଯେ କୌଣସି ପ୍ରକାରର କ୍ଷତି ପୁଷ୍ଟି ନିମନ୍ତେ ମଜଭୁତ ପ୍ରମାଣ ଥିବା ଜରୁରି। ହେଲେ ଏହି ମାମଲାରେ ଏପରି କିଛି ପ୍ରମାଣ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସୋସିଆଲ ମିଡିଆ ସୂତ୍ରରୁ ସାରା ବିଶ୍ୱରେ ଗୁଜବ ରଟାଇଥିଲା ଯେ ତା ବାୟୁସେନା ଜବାବୀ କାର୍ଯ୍ୟାନୁଷ୍ଠାନରେ ଭାରତର ୬ଟି ଲଢୁଆ ବିମାନ ପକାଇ ଦେଇଛି।
ଏ ନେଇ ଯେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରମାଣ ମାଗିଲେ ସେତେବେଳେ ପାକିସ୍ତାନ ସୋସିଆଲ ମିଡିଆ ସୂତ୍ରରୁ ଖବର ଆସୁଥିବାର କହିଥିଲା। କେବଳ ଏତିକି ନୁହେଁ ଭାରତର ଆକ୍ରମଣରେ ଥରହର ପାକିସ୍ତାନ ଯୁଦ୍ଧବିରାମ ପରେ ବିଜୟ ଉତ୍ସବ ମଧ୍ୟ ପାଳନ କରିଥିଲା। ନିଜର ମିଥ୍ୟା ଦାବିକୁ ମଜଭୁତ କରିବା ପାଇଁ ପାକିସ୍ତାନ ଆର୍ମି ଚିଫ ଅସୀମ ମୁନିରଙ୍କୁ ପଦୋନ୍ନତୀ ମଧ୍ୟ ଦେଇଥିଲା। ତେବେ ଡାସଲ୍ଟର ନୂଆ ଦାବି ପାକିସ୍ତାନ କରିଥିବା ସବୁ ମିଛ ଦାବି ଉପରୁ ପର୍ଦ୍ଦା ହଟାଇ ଦେଇଛି।
#French MEDIA : CEO of #DassaultAviation Eric Trappier officially rejects #Pakistani propaganda of shooting down 3 #Rafale fighters of IAF last month. Trappier says that only one #Rafale went down last month and Dassault is not sure if it was due to combat or non-combat reason. pic.twitter.com/0U5hBKrH4y— IDU (@defencealerts) June 14, 2025