ଆମେ ବଞ୍ଚିବୁ କେମିତି, କାହିଁକି ଆମକୁ ଜନ୍ମ କରି ଏମିତି ଅନାଥ କରିଦେଲ
ପାଟଣାଗଡ଼ : ଜୀବଜଗତ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ଜରୁରୀ ଥିବାବେଳେ, ସମସ୍ତେ ନିଜ ନିଜ ଛୁଆ ମାନଙ୍କ ତୁଣ୍ଡରେ ଆହାର ଦେବାପାଇଁ ସବୁବେଳେ ଚେଷ୍ଟିତ ଥାନ୍ତି, ନିଜେ ଉପାର୍ଜନ କରି ହେଉ ବା ପରିଶ୍ରମ କରି ହେଉ ଖାଦ୍ୟ ସଂଗ୍ରହ କରି ଜାଣିବା ପର୍ଯ୍ୟନ୍ତ ମା ବାପା ଖାଦ୍ୟ ଦେଇ ତାଙ୍କୁ ବଡ କରିଥାନ୍ତି ହେଲେ ଛୁଆ ମାନେ ଖାଦ୍ୟ ଉପାର୍ଜନ କରିପାରିବା ପୂର୍ବରୁ ମା ବାପା ଆରପାରିକୁ ଚାଲିଗଲେ ଛୁଆ ମାନଙ୍କ ଜୀବନରେ ଦିନବେଳା […] The post ଆମେ ବଞ୍ଚିବୁ କେମିତି, କାହିଁକି ଆମକୁ ଜନ୍ମ କରି ଏମିତି ଅନାଥ କରିଦେଲ appeared first on KNews Odisha.

ପାଟଣାଗଡ଼ : ଜୀବଜଗତ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ଜରୁରୀ ଥିବାବେଳେ, ସମସ୍ତେ ନିଜ ନିଜ ଛୁଆ ମାନଙ୍କ ତୁଣ୍ଡରେ ଆହାର ଦେବାପାଇଁ ସବୁବେଳେ ଚେଷ୍ଟିତ ଥାନ୍ତି, ନିଜେ ଉପାର୍ଜନ କରି ହେଉ ବା ପରିଶ୍ରମ କରି ହେଉ ଖାଦ୍ୟ ସଂଗ୍ରହ କରି ଜାଣିବା ପର୍ଯ୍ୟନ୍ତ ମା ବାପା ଖାଦ୍ୟ ଦେଇ ତାଙ୍କୁ ବଡ କରିଥାନ୍ତି ହେଲେ ଛୁଆ ମାନେ ଖାଦ୍ୟ ଉପାର୍ଜନ କରିପାରିବା ପୂର୍ବରୁ ମା ବାପା ଆରପାରିକୁ ଚାଲିଗଲେ ଛୁଆ ମାନଙ୍କ ଜୀବନରେ ଦିନବେଳା ବି ଘୋଟି ଆସିଥାଏ ଅମାଅନ୍ଧକାର ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଗ୍ରାମପଞ୍ଚାୟତ ଅଏଁଳାତୁଙ୍ଗା ଗାଁର ପରାଧୀଆ ପାଲିରେ ରୁହନ୍ତି ପରୀକ୍ଷିତ ବରିହା ଓ ତାଙ୍କର ତିନି ଭାଇ ଭଉଣୀ । ଦଶ ବର୍ଷ ପୂର୍ବରୁ ମା ଆରପାରିକୁ ଚାଲି ଯାଇଥିବା ବେଳେ ପାଞ୍ଚବର୍ଷ ପୂର୍ବରୁ ବାପା ଭାସ୍କର ବରିହାଙ୍କ ଦେହାନ୍ତ ହୋଇ ଯାଇଛି । ପୂର୍ବରୁ ଚାରିଭାଇଭଉଣୀ ଜେଜେ ମାଙ୍କ ପାଖରେ ରହି ଚଳୁଥିବା ବେଳେ ଜେଜେମା ମୁଲ ଲାଗି ସରକାରଙ୍କ ଠାରୁ ମିଳୁଥିବା ଜଣପିଛା ୫କିଲୋ ଚାଉଳରେ ଚଳି ଯାଉଥିଲେ । ଏବେ ଜେଜେମା ବାର୍ଦ୍ଧକ୍ୟ ହେତୁ ଦୁର୍ବଳ ହୋଇ ପଡିବାରୁ ଚାରିଭାଇ ଭଉଣୀ ପ୍ରାୟ ଏକପ୍ରକାର ନିରାଶ୍ରୟ ହୋଇ ପଡିଛନ୍ତି । ସମସ୍ତେ ନାବାଳକ ହେତୁ କେହି କାମକରିବା ପାଇଁ ଡାକୁ ନଥିବା ବେଳେ ବର୍ତ୍ତମାନ ସାହାରା ପାଲଟିଛି ଜଣପିଛା ୫ କିଲୋ କଣ୍ଟ୍ରୋଲ ଚାଉଳ । ଜଣପିଛା ୫ କିଲୋ ଚାଉଳ କିଛିଦିନ ଚଳିବା ପରେ ସାଇଭାଇ କେବେ କେମିତି ଖାଇବାକୁ ଦେଉଥିବା ବେଳେ କେବେ କେବେ ଉପାସରେ ମଧ୍ୟ ରହିବାକୁ ପଡିଥାଏ ଚାରିଭାଇଭଉଣୀଙ୍କୁ ।
ବାପା ସ୍ବର୍ଗତ ଭାସ୍କର ବରିହାଙ୍କ ନାମରେ କୌଣସି ଜମିବାଡ଼ି ନଥିବା ବେଳେ ଛୋଟ ପିଲାମାନଙ୍କୁ କାମକରିବା ପାଇଁ କେହି ଡାକୁନାହାନ୍ତି ଏଣୁ ଚାରି ଭାଇ ଭଉଣୀ ନିରାଶ୍ରୟ ଭାବରେ ଓଳିଏ ଖାଇ ଓଳିଏ ଉପାସ ରେ ପଡି ରହିଥିବା ବେଳେ ପଡ଼ାବାସି ସେମାନଙ୍କୁ ଅନ୍ତୋର୍ଦୟ ଯୋଜନା ରେ ସାମିଲ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପାଟଣାଗଡ଼ ଉପଜିଲ୍ଲାପାଳ ଅମିତ କୁମାର ନାୟକ ନିଃସହାୟ ଚାରିଭାଇଭଉଣୀଙ୍କ କଥା ଶୁଣିଲା ପରେ ଦୁଃଖପ୍ରକାଶ କରିବା ସହ ଉପଯୁକ୍ତ ତଦନ୍ତ କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ନିଃସହାୟ ବାପାମା ଛେଉଣ୍ଡ ଗରିବ ଚାରିଭାଇ ଭଉଣୀଙ୍କ କଥା ଶୁଣିବା ପରେ ଦୁଃଖପ୍ରକାଶ କରିବା ସହିତ ବିଡ଼ିଓଙ୍କୁ କହି ଉପଯୁକ୍ତ ତଦନ୍ତ ନିର୍ଦେଶଦେଇ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପଦକ୍ଷେପ ନେଇଥିବାରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ଗାଁ ଲୋକେ ।
The post ଆମେ ବଞ୍ଚିବୁ କେମିତି, କାହିଁକି ଆମକୁ ଜନ୍ମ କରି ଏମିତି ଅନାଥ କରିଦେଲ appeared first on KNews Odisha.