ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ

କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ହେପାଜତ ଅବଧି ବୃଦ୍ଧି । କୋର୍ଟ ପ୍ରଜ୍ୱଳଙ୍କ ହେପାଜତକୁ ୧୦ ଜୁନ୍‌ ପର୍ଯ୍ୟନ୍ତ ବଢାଇଛନ୍ତି । ସେକ୍ସ ଭିଡିଓ ମାମଲାରେ ଜର୍ମାନୀରୁ ଫେରିବା ପରେ ୩୧ ମଇରେ ତାଙ୍କୁ ଗିରଫ କରିଥିଲା ଏସଆଇଟି । କୋର୍ଟ ପୋଲିସକୁ ରେବନ୍ନାଙ୍କ ହେପାଜତ ୬ ଜୁନ ଯାଏଁ ଦେଇଥିଲା । ଯାହାପରେ ଏହାକୁ ୧୦ ଜୁନ୍‌କୁ ବୃଦ୍ଧି କରାଯାଇଛି । ବିଦେଶକୁ ଯିବାର ୩୩ ଦିନ ପରେ ତାଙ୍କୁ ଏସଆଇଟି ଗିରଫ […] The post ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ appeared first on KNews Odisha.

ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ
prajwal

କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ହେପାଜତ ଅବଧି ବୃଦ୍ଧି । କୋର୍ଟ ପ୍ରଜ୍ୱଳଙ୍କ ହେପାଜତକୁ ୧୦ ଜୁନ୍‌ ପର୍ଯ୍ୟନ୍ତ ବଢାଇଛନ୍ତି । ସେକ୍ସ ଭିଡିଓ ମାମଲାରେ ଜର୍ମାନୀରୁ ଫେରିବା ପରେ ୩୧ ମଇରେ ତାଙ୍କୁ ଗିରଫ କରିଥିଲା ଏସଆଇଟି । କୋର୍ଟ ପୋଲିସକୁ ରେବନ୍ନାଙ୍କ ହେପାଜତ ୬ ଜୁନ ଯାଏଁ ଦେଇଥିଲା । ଯାହାପରେ ଏହାକୁ ୧୦ ଜୁନ୍‌କୁ ବୃଦ୍ଧି କରାଯାଇଛି । ବିଦେଶକୁ ଯିବାର ୩୩ ଦିନ ପରେ ତାଙ୍କୁ ଏସଆଇଟି ଗିରଫ କରିଥିଲା । ଗତ ଶୁକ୍ରବାର ଗିରଫ କରାଯିବା ପରେ ତାଙ୍କୁ ୬ ଦିନ ଲାଗି ଏସିଆଇଟି ହେପାଜତକୁ ପଠାଯାଇଥିଲା ।

ସୂଚନା ଅନୁଯାୟୀ, ଲୋକସଭା ନର୍ବାଚନ ହେବା ପୂର୍ବରୁ ୨୬ ଏପ୍ରିଲରେ ରେବନ୍ନା ଭିଡିଓ ଭାଇରଲ ହୋଇଥିଲା । ଏଥିରେ ପ୍ରଜ୍ୱଳ ରେବନ୍ନା ମହିଳାଙ୍କୁ ଯୌନ ଉତ୍ପୀଡନ କରୁଥିବା ଦେଖିବାକୁ ମିଳିଥିଲା ।

ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ଛନ୍ଦି ହେବା ପରେ କର୍ଣ୍ଣାଟକ ରାଜନୀତିରେ ହୋଇଥିଲା କମ୍ପନ । ଗତ ଏପ୍ରିଲ ୨୮ରେ ପ୍ରାୟ ୩ ହଜାର ସେକ୍ସକ୍ଲିପ ଥିବା ଭିଡିଓ ଲିକ୍ ହେବା ପରେ ଅସୁବିଧାରେ ପଡିଥିଲେ ପ୍ରଜ୍ବଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡାଙ୍କ ନାତି ପ୍ରଜ୍ବଳ । ଏହି ଘଟଣାରେ ମେ’ ୪ ତାରିଖରେ ପ୍ରଜ୍ବଳଙ୍କ ବାପା ଏଚଡି ରେବନ୍ନାଙ୍କୁ ଗିରଫ କରିଥିଲା ଏସଆଇଟି । ସେ ମେ’ ୨୬ରେ ଦେଶ ଛାଡି ଜର୍ମାନୀ ପଳାୟନ କରିଥିଲେ । ଶେଷରେ ମେ’ ୩୧ ତାରିଖରେ ତାଙ୍କୁ ଗିରଫ କରିଥିଲା ଏସଆଇଟି ।

 

The post ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ appeared first on KNews Odisha.