ପୁଣିଥରେ ଘରୋଇ ରନ୍ଧା ଖାଦ୍ୟ ଯୋଗାଇବ ସ୍ୱିଗି: ଆରମ୍ଭ ହେବ ସ୍ୱିଗି ଡେଲି ସେବା
ନୂଆଦିଲ୍ଲୀ: ପୁଣିଥରେ ଘରୋଇ ରନ୍ଧା ଖାଦ୍ୟ ଯୋଗାଇବ ଲୋକପ୍ରିୟ ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ସ୍ୱିଗି। ଦୀର୍ଘ 4 ବର୍ଷ ପରେ କମ୍ପାନୀ ପୁଣିଥରେ ‘ସ୍ୱିଗି ଡେଲି’ ସେବାକୁ ଆରମ୍ଭ କରିବାକୁ ଯାଉଛି। ଏହାପୂର୍ବରୁ 2019ରେ କମ୍ପାନୀ ଏହି ସେବା ଆରମ୍ଭ କରିଥିଲା। ହେଲେ କୋଭିଡ୍ ଯୋଗୁ ଡିମାଣ୍ଡ କମିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ କରୋନା ସ୍ଥିତି ସୁଧୁରିଥିବା ବେଳେ ଗ୍ରାହକଙ୍କୁ କମ୍ ମୂଲ୍ୟରେ ଘରୋଇ ରନ୍ଧା ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ୱିଗି ଏହି ସେବା ଆରମ୍ଭ କରିବ। ଏଥିରେ ଗ୍ରାହକଙ୍କୁ ସ୍ୱାସ୍ଥ୍ୟକର ଘରୋଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ବ୍ୟବସାୟ ଖବର ପ୍ରକାଶ କରୁଥିବା ୱେବସାଇଟ୍ ମନି କଣ୍ଟ୍ରୋଲରେ ଏହି ରିପୋର୍ଟ ପ୍ରକାଶ ପାଇଛି। କମ୍ପାନୀ ସହ ଜଡ଼ିତ ଜଣେ ଅଧିକାରୀ ମନି କଣ୍ଟ୍ରୋଲକୁ କହିଛନ୍ତି ଯେ ସ୍ୱିଗି ଏକ ଫୁଡ୍ ଡେଲିଭରି କମ୍ପାନୀ ହିସାବରେ 2020ରୁ ସପ୍ଲାଏ ଚେନ୍,ସୁଲଭତା, ଏବଂ ଥିଙ୍କ ଡେଲି ଆଦିକୁ ଏକ ଆଶାଜନକ ଶ୍ରେଣୀ ଭାବେ ମିଶାଇ ବହୁତ ପରିପକ୍ୱ ହୋଇଛି। ଡେଲି ସେବା ମାଧ୍ୟମରେ ଆମେ ବିଶେଷ କରି ପେଇଁ ଗେଷ୍ଟ(ପିଜି), ହଷ୍ଟେଲ୍ ଓ ରେଗୁଲାର ଅଫିସ୍ ଯାଉଥିବା ଲୋକଙ୍କୁ ଧ୍ୟାନରେ ରଖିଛୁ। ସ୍ୱିଗି ଡେଲି ସେବା କ’ଣ?ସ୍ୱିଗି ଡେଲି ସେବା ମାଧ୍ୟମରେ କମ୍ପାନୀ ଗ୍ରାହକଙ୍କୁ ଘରୋଇ ରନ୍ଧା ଖାଦ୍ୟ ଯୋଗାଇ ଥାଏ। ଏଥିରେ ଗ୍ରାହକଙ୍କୁ ଘରୋଇ ରେଷେୟା ଓ ସ୍ଥାନୀୟ ରୋଷେଇ ଶାଳରୁ ତିଆରି ଖାଦ୍ୟ ପାଇଁ ସବ୍ସକ୍ରାଇବ୍
ନୂଆଦିଲ୍ଲୀ: ପୁଣିଥରେ ଘରୋଇ ରନ୍ଧା ଖାଦ୍ୟ ଯୋଗାଇବ ଲୋକପ୍ରିୟ ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ସ୍ୱିଗି। ଦୀର୍ଘ 4 ବର୍ଷ ପରେ କମ୍ପାନୀ ପୁଣିଥରେ ‘ସ୍ୱିଗି ଡେଲି’ ସେବାକୁ ଆରମ୍ଭ କରିବାକୁ ଯାଉଛି। ଏହାପୂର୍ବରୁ 2019ରେ କମ୍ପାନୀ ଏହି ସେବା ଆରମ୍ଭ କରିଥିଲା। ହେଲେ କୋଭିଡ୍ ଯୋଗୁ ଡିମାଣ୍ଡ କମିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ କରୋନା ସ୍ଥିତି ସୁଧୁରିଥିବା ବେଳେ ଗ୍ରାହକଙ୍କୁ କମ୍ ମୂଲ୍ୟରେ ଘରୋଇ ରନ୍ଧା ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ୱିଗି ଏହି ସେବା ଆରମ୍ଭ କରିବ। ଏଥିରେ ଗ୍ରାହକଙ୍କୁ ସ୍ୱାସ୍ଥ୍ୟକର ଘରୋଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ବ୍ୟବସାୟ ଖବର ପ୍ରକାଶ କରୁଥିବା ୱେବସାଇଟ୍ ମନି କଣ୍ଟ୍ରୋଲରେ ଏହି ରିପୋର୍ଟ ପ୍ରକାଶ ପାଇଛି।
କମ୍ପାନୀ ସହ ଜଡ଼ିତ ଜଣେ ଅଧିକାରୀ ମନି କଣ୍ଟ୍ରୋଲକୁ କହିଛନ୍ତି ଯେ ସ୍ୱିଗି ଏକ ଫୁଡ୍ ଡେଲିଭରି କମ୍ପାନୀ ହିସାବରେ 2020ରୁ ସପ୍ଲାଏ ଚେନ୍,ସୁଲଭତା, ଏବଂ ଥିଙ୍କ ଡେଲି ଆଦିକୁ ଏକ ଆଶାଜନକ ଶ୍ରେଣୀ ଭାବେ ମିଶାଇ ବହୁତ ପରିପକ୍ୱ ହୋଇଛି। ଡେଲି ସେବା ମାଧ୍ୟମରେ ଆମେ ବିଶେଷ କରି ପେଇଁ ଗେଷ୍ଟ(ପିଜି), ହଷ୍ଟେଲ୍ ଓ ରେଗୁଲାର ଅଫିସ୍ ଯାଉଥିବା ଲୋକଙ୍କୁ ଧ୍ୟାନରେ ରଖିଛୁ।
ସ୍ୱିଗି ଡେଲି ସେବା କ’ଣ?
ସ୍ୱିଗି ଡେଲି ସେବା ମାଧ୍ୟମରେ କମ୍ପାନୀ ଗ୍ରାହକଙ୍କୁ ଘରୋଇ ରନ୍ଧା ଖାଦ୍ୟ ଯୋଗାଇ ଥାଏ। ଏଥିରେ ଗ୍ରାହକଙ୍କୁ ଘରୋଇ ରେଷେୟା ଓ ସ୍ଥାନୀୟ ରୋଷେଇ ଶାଳରୁ ତିଆରି ଖାଦ୍ୟ ପାଇଁ ସବ୍ସକ୍ରାଇବ୍ କରିବାକୁ ପଡ଼ିବ। ଏଥିରେ ଆମିଷ ଓ ନିରାମିଷ ଉଭୟ ଖାଦ୍ୟ ରହିଛି। ଏହାକୁ ବାଛିବା ସହ ସବ୍ରକ୍ରିପସନ ପ୍ଲାନ ବାଛିବାକୁ ପଡ଼ିବ। ସ୍ୱିଗି ଡେଲିରେ ସବ୍ରକ୍ରିପସନ ପ୍ଲାନ୍ 3 ଦିନରୁ ଆରମ୍ଭ କରି ଏକ ମାସ ପର୍ଯ୍ୟନ୍ତ ରହିଛି। ସ୍ୱିଗି ଡେଲି ମାଧ୍ୟମରେ ପାରମ୍ପରିକ ଘରୋଇ ରନ୍ଧା ଖାଦ୍ୟ ଶୈଳୀରେ ଫ୍ରେସ୍ ସାମଗ୍ରୀରେ ଖାଦ୍ୟ ତିଆରି କରାଯିବ। ଖାଦ୍ୟର ଉଚ୍ଚ ମାନ ସହ ଠିକ୍ ଟାଇମରେ ଗ୍ରାହକଙ୍କୁ ପହଞ୍ଚାଇ ଦିଆଯିବ।