“ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ “ରେ ଭିସୁଟ ଛାତ୍ରଛାତ୍ରୀ

ଚିପିଲିମା,(ବୁର୍ଲା )ସୋମବାର ଦିନ ୧୧ଟାରୁ ୨ଟା ମଧ୍ୟ ରେ ବିଜୁ ପଟ୍ଟନାୟକ ଇ-ରର୍ଣ୍ଣିଙ୍ ସେଣ୍ଟର୍ ରେ ଅନୁଷ୍ଠିତ “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ” ରେ ଭିସୁଟ୍ ର ୧୪୦ ୟୁଜି ଏବଂ ପିଏଚଡି ଛାତ୍ରଛାତ୍ରୀ ଅନଲାଇନ ଅଂଶ ଗ୍ରହଣ କରିଥିଲେ। ଏହା ସମ୍ମିଳନୀର ତୃତୀୟ ଦିନ ଥିଲା ଯାହାର ମୂଳ “୨୦୩୭ ଓଡିଶା ନବଦିଗନ୍ତ”ର ସମ୍ଭାବନା ଥିଲା I ଓଡିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେବା ପ୍ରଥମ ବିଶ୍ୱ ଓଡିଆ […] The post “ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ “ରେ ଭିସୁଟ ଛାତ୍ରଛାତ୍ରୀ appeared first on Odisha.News.

“ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ “ରେ ଭିସୁଟ ଛାତ୍ରଛାତ୍ରୀ

ଚିପିଲିମା,(ବୁର୍ଲା )ସୋମବାର ଦିନ ୧୧ଟାରୁ ୨ଟା ମଧ୍ୟ ରେ ବିଜୁ ପଟ୍ଟନାୟକ ଇ-ରର୍ଣ୍ଣିଙ୍ ସେଣ୍ଟର୍ ରେ ଅନୁଷ୍ଠିତ “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ” ରେ ଭିସୁଟ୍ ର ୧୪୦ ୟୁଜି ଏବଂ ପିଏଚଡି ଛାତ୍ରଛାତ୍ରୀ ଅନଲାଇନ ଅଂଶ ଗ୍ରହଣ କରିଥିଲେ। ଏହା ସମ୍ମିଳନୀର ତୃତୀୟ ଦିନ ଥିଲା ଯାହାର ମୂଳ “୨୦୩୭ ଓଡିଶା ନବଦିଗନ୍ତ”ର ସମ୍ଭାବନା ଥିଲା I ଓଡିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେବା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ପ୍ରଧାନ ଲକ୍ଷ୍ୟ । ଏହି ସମ୍ପର୍କରେ ବକ୍ତାମାନେ ଅଭିଭାଷଣ ଦେଇଥିଲେ ଏବଂ ୨୦୩୬ ସୁଦ୍ଧା ଓଡ଼ିଆ କୁ ବିଜ୍ଞାନ, ମେଡ଼ିକାଲ, ଇଞ୍ଜିନିୟରିଂ , କୃଷି ଓ ଉଦ୍ୟୋଗ କ୍ଷେତ୍ରରେ ଆଗୁଆ କରାଇବାରେ ଯୁବ ବର୍ଗର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କୁଳପତି ପ୍ରଫେସର ବଂଶୀଧର ମାଝୀ ଓ ରେଜିଷ୍ଟ୍ରାର ପ୍ରଦୀପ ଡାଙ୍ଗଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ। ଶ୍ରୀ ସ୍ଵପ୍ନେନ୍ଦୁ ମହାନ୍ତି, ମୁଖ୍ୟ ଫିନଟେକ୍ ଅଫିସର, ଏମ୍ଏଏସ୍, ସିଙ୍ଗାପୁର ସରକାର, ସଲ୍କ ଇନଷ୍ଟିଚ୍ୟୁଟ୍ ଫର ବାୟୋଲୋଜିକାଲ ଷ୍ଟଡିଜର ପ୍ରଫେସର ଶ୍ରୀ ସତଚିନ ପଣ୍ଡା ଏବଂ
୫ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା । ଭିସୁଟ୍ ର ଅନଲାଇନ୍ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ. ତୃପ୍ତି ରଞ୍ଜନ ମହାପାତ୍ର ଓ ଛାତ୍ର କଲ୍ୟାଣ ବିଭାଗର ଆସୋସିଏଟ୍ ଡିନ୍ ଡ. ପୁଣ୍ୟପ୍ରିୟା ମିଶ୍ର ସଂଯୋଜନା କରିଥିଲେ।

The post “ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ “ରେ ଭିସୁଟ ଛାତ୍ରଛାତ୍ରୀ appeared first on Odisha.News.