ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା

ବ୍ରହ୍ମପୁର,୨୦ା୫(ଅଶୋକ କୁମାର ସାହୁ): ଆସନ୍ତା ୨୯ ତାରିଖରେ ଆମେରିକାର ଡଲାସ ସହରରେ ଅନ୍ତର୍ଜାତୀୟ ଜୁନିକର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ଗଞ୍ଜାମ ଜିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ଯୋଗଦେଇ ନିଜ ଔଦ୍ୟୋଗିକ ପ୍ରତିଭା ପ୍ରଦର୍ଶନ କରିବେ। ମସଲା ଜିପିଟି ଓ ରୁରାଲ ଭୋଲ୍ଟ (ଇଥାନଲ)ର ନମୁନାକୁ ନେଇ ସେଠାରେ ନିଜ ଦକ୍ଷତା ପ୍ରତିପାଦନ କରିବେ। ଭୁବନେଶ୍ୱରସ୍ଥିତ ୟଙ୍ଗ ଟିଙ୍କର ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଏବଂ ଓଡ଼ିଶା […] The post ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା appeared first on Dharitri Odia News.

ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା

ବ୍ରହ୍ମପୁର,୨୦ା୫(ଅଶୋକ କୁମାର ସାହୁ): ଆସନ୍ତା ୨୯ ତାରିଖରେ ଆମେରିକାର ଡଲାସ ସହରରେ ଅନ୍ତର୍ଜାତୀୟ ଜୁନିକର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ଗଞ୍ଜାମ ଜିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ଯୋଗଦେଇ ନିଜ ଔଦ୍ୟୋଗିକ ପ୍ରତିଭା ପ୍ରଦର୍ଶନ କରିବେ। ମସଲା ଜିପିଟି ଓ ରୁରାଲ ଭୋଲ୍ଟ (ଇଥାନଲ)ର ନମୁନାକୁ ନେଇ ସେଠାରେ ନିଜ ଦକ୍ଷତା ପ୍ରତିପାଦନ କରିବେ। ଭୁବନେଶ୍ୱରସ୍ଥିତ ୟଙ୍ଗ ଟିଙ୍କର ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ବିଭିନ୍ନ ସରକାରୀ ସ୍କୁଲର ଛାତ୍ରୀଛାତ୍ର ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ଆମେରିକା ଯିବାକୁ ୮ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମରେ ପୁଥିବା ସୌମ୍ୟ ସୌରଭ ଗୌଡ, ଶ୍ରୀଧର ଜେନା ଓ ନବମରେ ପଢୁଥିବା ପି.ଆଦିତ୍ୟ ଦାସ ଅଛନ୍ତି । ଏହା ଗଞ୍ଜାମ ପାଇଁ ଗୌରବ । ସୌମ୍ୟ ଓ ଆଦିତ୍ୟ ମସଲା ଜିପିଟି ଉପରେ ଏବଂ ଶ୍ରୀଧର ଇଥାନଲ ଉପରେ ନମୁନା ପ୍ରସ୍ତୁତ କରିଛନ୍ତି । ସ୍କୁଲରେ ସ୍ଥାପିତ ୟଙ୍ଗ ଟିଙ୍କର ସ୍ପେସ-୧୯୮୪ ଲ୍ୟାବରେ ଏମାନେ ଗବେଷଣା କରୁଥିବା ଲ୍ୟାବ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷୟିତ୍ରୀ ସୁଜ୍ଞାନୀ କୁମାରୀ ସ୍ବାଇଁ କହିଛନ୍ତି ।

ଶିକ୍ଷୟିତ୍ରୀଙ୍କ କହିବାନୁସାରେ ଉକ୍ତ ଲ୍ୟାବରେ ସ୍କୁଲର ୨୦ ପିଲା ବିିଭିନ୍ନ ପ୍ରକଳ୍ପକୁ ନେଇ ଗବେଷଣା କରୁଛନ୍ତି । ୟଙ୍ଗ ଟିଙ୍କର ଫାଉଣ୍ଡେଶନ ପ୍ରତିଯୋଗିତାକୁ ଉକ୍ତ ସ୍କୁଲର ୫ ଛାତ୍ର ଯାଇଥିଲେ। ସେମାନଙ୍କ ମଧ୍ୟରୁ ଉପରୋକ୍ତ ୩ ଛାତ୍ର ଚୟନ ହୋଇ ପୁରସ୍କୃତ ହୋଇଥିବା ସେ କହିଛନ୍ତି। ଏନେଇ ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ.ପ୍ରଭାତୀ ମହାପାତ୍ର କହିଛନ୍ତି ଯେ, ପଞ୍ଚଶଖା ଶିକ୍ଷା ସେତୁ ପ୍ରୋଜେକ୍ଟର ଏହା ଏକ ନୂତନ ପ୍ରୋଜେକ୍ଟ । ସମାଜରେ ଅନେକ ସମସ୍ୟା ଥାଏ । ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ବୈଷୟିକ ଜ୍ଞାନ କୌଶଳ ଜରିଆରେ ଉକ୍ତ ସମସ୍ୟାର ସମାଧାନ କରିବା ସହ ଅନ୍ତର୍ଜାତୀୟ ଔଦ୍ୟୋଗିକ ପ୍ଲାଟଫର୍ମରେ ଯୋଗଦେବା ଏକ ଗୌରବର ବିଷୟ । ଯେଉଁ ଲକ୍ଷ୍ୟ ନେଇ ୟଙ୍ଗ ଟିଙ୍କର ସ୍ପେସ ସ୍ଥାପନ ହୋଇଥିଲା ତାହା ଆଜି ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି ।

The post ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା appeared first on Dharitri Odia News.