ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଓଡିଶା ମ୍ୟୁନ୍ସିପାଲ ମାନୁଆଲ ଆକ୍ଟ ୮୯ (କ) ଅନୁଯାୟୀ ଶୁକ୍ରବାର କଳାହାଣ୍ଡି ଜିଲାପାଳ ଜୁନାଗଡ଼ ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକଙ୍କୁ ସ୍ଥାନୀୟ ଏନଏସିର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ନୂତନ ଅଧ୍ୟକ୍ଷ ନିର୍ବାଚିତ ନ […] The post ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ appeared first on Dharitri Odia News.

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ:  ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଓଡିଶା ମ୍ୟୁନ୍ସିପାଲ ମାନୁଆଲ ଆକ୍ଟ ୮୯ (କ) ଅନୁଯାୟୀ ଶୁକ୍ରବାର କଳାହାଣ୍ଡି ଜିଲାପାଳ ଜୁନାଗଡ଼ ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକଙ୍କୁ ସ୍ଥାନୀୟ ଏନଏସିର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ନୂତନ ଅଧ୍ୟକ୍ଷ ନିର୍ବାଚିତ ନ ହେବା ଯାଏ ହିମାଦ୍ରୀ ଭାରପ୍ତାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ବୋଲି ଜଣାପଡିଛି।

ପ୍ରକାଶ ଯେ,ଗତ ଅଗଷ୍ଟ ୨୭ ତାରିଖରେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ଥିବା ମୁକେଶ ଅଗ୍ରୱାଲଙ୍କ ବିପକ୍ଷରେ ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୧୨ ଜଣ କାଉନସିଲରଙ୍କ ମଧ୍ୟରୁ ୧୦ ଜଣ କାଉନସିଲର ଅଧ୍ୟକ୍ଷ ଅଗ୍ରୱାଲଙ୍କ ବିପକ୍ଷରେ ଭୋଟ ଦେଇଥିଲେ । ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଭାଜପାର ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡି କାଉନସିଲରମାନେ ଭୋଟ ଦେଇଥିଲେ ।

The post ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ appeared first on Dharitri Odia News.